ରାମମନ୍ଦିର ପ୍ରତିଷ୍ଠା ପାଇଁ ଶ୍ରୀକ୍ଷେତ୍ରକୁ ଆସିଲା ନିମନ୍ତ୍ରଣ

ଭୁବନେଶ୍ବର: ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବ। ନିମନ୍ତ୍ରଣ ପତ୍ର ସହିତ ଶ୍ରୀଜଗନ୍ନାଥଙ୍କ ପାଖକୁ ଆସିଛି ଗୁଆ, ନଡ଼ିଆ, ପାନ, ପଇତା ଓ ବସ୍ତ୍ର।  ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍‌ ହେବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ସେବକ ଛତିଶା ନିଯୋଗ ନାୟକଙ୍କ ପାଖକୁ ମଧ୍ୟ ଆସିଛି ନିମନ୍ତ୍ରଣ। ପୌଷ ମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ କରାଯିବ। ସେଥିପାଇଁ ଆଜି ଅଯୋଧ୍ୟାରୁ ଶ୍ରୀକ୍ଷେତ୍ରକୁ ଆସିଛି ନିମନ୍ତ୍ରଣ ପତ୍ର। ମହୋତ୍ସବରେ ମଠ ମହନ୍ତ ଓ ସେବାୟତଙ୍କୁ ଆମନ୍ତ୍ରଣ କରାଯାଇଛି। ଚିଠି ପାଇବା ପରେ ମଠ ମହନ୍ତ ଓ ସେବାୟତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବ। ନିମନ୍ତ୍ରଣ ପତ୍ର ସହିତ ଶ୍ରୀଜଗନ୍ନାଥଙ୍କ ପାଖକୁ ଆସିଛି ଗୁଆ, ନଡ଼ିଆ, ପାନ, ପଇତା ଓ ବସ୍ତ୍ର।  ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍‌ ହେବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ସେବକ ଛତିଶା ନିଯୋଗ ନାୟକଙ୍କ ପାଖକୁ ମଧ୍ୟ ଆସିଛି ନିମନ୍ତ୍ରଣ। ୨୨ ତାରିଖରେ ହେବାକୁ ଥିବା ସମାରୋହରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି।

Related Articles

Leave a Reply

Your email address will not be published.

Back to top button