ଗାନ୍ଧିନଗର ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଗୁଜୁରାଟର ଗାନ୍ଧିନଗର ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଅମିତ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ତାଙ୍କ ପାଇଁ ଗର୍ବର ବିଷୟ ଯେ ନରେନ୍ଦ୍ର ମୋଦୀ ନିଜେ ଗାନ୍ଧିନଗର ଆସନରୁ ଭୋଟର ଅଟନ୍ତି। ଅମିତ ଶାହାଙ୍କ ନାମାଙ୍କନ ପତ୍ରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ। ନାମାଙ୍କନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ, “ଆଜି ମୁଁ ଗାନ୍ଧିନଗର ଆସନରୁ ମୋର ନାମାଙ୍କନପତ୍ର ଦାଖଲ କରିଛି। ଏହା ମୋ ପାଇଁ ଗର୍ବର ବିଷୟ। କାରଣ ଏହି ଆସନକୁ ଏଲ.କେ ଆଡଭାନୀ, ଅଟଲ ଜୀ (ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ଅଟଳ ବିହାରୀ ବାଜପେୟୀ) ପ୍ରତିନିଧିତ୍ୱ କରୁଛନ୍ତି। ଏବଂ ମୁଁ ୩୦ ବର୍ଷ ଧରି ଏହି ଆସନରୁ ଜଣେ ବିଧାୟକ ଏବଂ ସାଂସଦ ରହିଛି। ଏହି ଅଞ୍ଚଳର ଲୋକମାନେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button