ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ: ଜୁଲାଇ ୧ରୁ ବାବା ଅମରନାଥଙ୍କ ଯାତ୍ରା ଆରମ୍ଭ ହେବ। ଦୀର୍ଘ ୬୦ ଦିନ ଧରି ଏହି ଯାତ୍ରା ଚାଲିବ। ଏହି ଅବସରରେ ଦକ୍ଷିଣ କଶ୍ମୀରରେ ଥିବା ଗୁମ୍ପାକୁ ଯାଇ ଶ୍ରଦ୍ଧାଳୁମାନେ ବାବା ଅମରନାଥଙ୍କ ଦର୍ଶନ କରିପାରିବେ।ଉଭୟ ଅଫଲାଇନ ଓ ଅନଲାଇନରେ ଏହି ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ପଞ୍ଜୀକରଣ କରିପାରିବେ। ଏପ୍ରିଲ ୧୭ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଏ ସମ୍ପର୍କରେ ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି। ଯାତ୍ରା ପୂର୍ବରୁ ଟେଲିକମ ସେବାକୁ ଅଧିକ ତ୍ୱରାନ୍ୱିତ କରାଯିବ। ବିଜୁଳି, ସୁରକ୍ଷା ଠାରୁ ଆରମ୍ଭ କରି ସବୁ ପ୍ରକାରର ବ୍ୟବସ୍ଥା ପାଇଁ ସମସ୍ତ ବିଭାଗ କାମ କରୁଛନ୍ତି। ଭଲ ଭାବେ ଯାତ୍ରାକୁ ଶେଷ କରିବା ସମସ୍ତଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ସବୁ ବର୍ଷ ଭଳି ଏଥର ମଧ୍ୟ ଅନନ୍ତନାଗରେ ଥିବା ପାହାଲଗାମ ଓ ଗଣ୍ଡେରବାଲ ଜିଲ୍ଲାରେ ଥିବା ବାଲଟାଲ ଟ୍ରାକ୍‌ରୁ ଯାତ୍ରା ସମାନ ସମୟରେ ଆରମ୍ଭ ହେବ।

Related Articles

Leave a Reply

Your email address will not be published.

Back to top button