ଅମରାବତୀ ହେଲା ଆନ୍ଧ୍ରପ୍ରଦେଶର ରାଜଧାନୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପାଇଁ ଆସିଛି ବଡ଼ ଖୁସି ଖବର। ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟାଇ ଅମରାବତୀକୁ ରାଜ୍ୟର ସ୍ଥାୟୀ ରାଜଧାନୀ ଭାବେ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିଜ୍ଞପ୍ତି ସେୟାର କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି— ‘ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀ’। ସୂଚନାଯୋଗ୍ୟ, ସଂସଦର ବଜେଟ୍ ଅଧିବେଶନରେ ‘ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ଆଇନ-୨୦୨୬’ ଉଭୟ ଗୃହରେ ସଂଖ୍ୟାଗରିଷ୍ଠତା ସହ ଗୃହୀତ ହୋଇଥିଲା। ଏହି ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିବା ପରେ ଏହା ଆଇନରେ ପରିଣତ ହୋଇଛି। ଏଥିପାଇଁ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇ ଚନ୍ଦ୍ରବାବୁ ନାଇଡୁ ଲେଖିଛନ୍ତି, “ଆନ୍ଧ୍ରପ୍ରଦେଶବାସୀଙ୍କ ପକ୍ଷରୁ ମୁଁ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ତାଙ୍କ ଅନୁମୋଦନ କ୍ରମେ ଆମର ଏକ ସ୍ଥାୟୀ ରାଜଧାନୀ ପାଇବାର ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଛି।” ଏହାସହ ରାଜ୍ୟକୁ ସଠିକ୍ ମାର୍ଗଦର୍ଶନ ଏବଂ ପ୍ରତିଶ୍ରୁତି ପୂରଣ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button