ଅଲ୍ଲୁ ଅର୍ଜୁନ ଗିରଫ

ନୂଆଦିଲ୍ଲୀ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ। ହଲରେ ଦଳାଚକଟା ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି । ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଚିକଡ଼ପଲ୍ଲୀ ପୁଲିସ ଷ୍ଟେସନକୁ ନିଆଯାଇଛି । ଗତ ୪ ତାରିଖରେ ପୁଷ୍ପା-୨ର ଷ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା । ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟା ହୋଇଥିଲା । ଏହି ଦଳାଚକଟାରେ ଜଣେ ମହିଳାଙ୍କ ମୃତୁ୍ୟ ହୋଇଥିଲା । ମୃତ ମହିଳା ଜଣକ ହାଇଦ୍ରାବ ଦିଲସୁଖନଗରର ରେବତୀ ବୋଲି ଜଣାପଡିଛି। ତେବେ ଘଟଣା ଘଟିବାର ଦୁଇ ଦିନ ପରେ ଅଭିନେତା ମୃତକଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।  ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ କହିଥିଲେ ଯେ ଏହି ଘଟଣାକୁ ନେଇ ସେ ଖୁବ୍ ଦୁଃଖିତ ଏବଂ ମୃତ ମହିଳାଙ୍କ ପରିବାରକୁ ସେ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବେ। ଅଭିନେତା ଦୁଃଖୀ ପରିବାରକୁ ଆଶ୍ୱାସନା ଦେଇଥିଲେ ଯେ, ସେ ବ୍ୟକ୍ତିଗତ ଭାବରେ ସେମାନଙ୍କୁ ଭେଟିବେ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ। ଏହା ସହ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବାଳକର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ଉଠାଇବେ ବୋଲି କହିଥିଲେ। ଫିଲ୍ମ ଦେଖିବାକୁ ଗଲା ବେଳେ ଭିଡ଼ ଥିଲେ ଯତ୍ନବାନ ହେବା ପାଇଁ ଅଭିନେତା ନିଜ ପ୍ରଶଂସକଙ୍କୁ ଭିଡିଓ ମାଧ୍ୟମରେ ଅପିଲ୍ କରିଥିବା ଦେଖାଯାଇଛି। ସୂଚନା ମୁତାବକ, ପୁଷ୍ପା-୨ ପ୍ରିମିୟର ଶୋ’ ଦେଖିବା ପାଇଁ ରେବତୀ ତାଙ୍କ ସ୍ୱାମୀ ଭାସ୍କର ଓ ଦୁଇ ପିଲାଙ୍କୁ ନେଇ ଆସିଥିଲେ। ଏହି ସମୟରେ ଥିଏଟର ବାହାରେ ପ୍ରବଳ ଭିଡ ଜମିଥିଲା। ଲୋକେ ଫିଲ୍ମ ହଲ୍‌ର ଗେଟ୍‌ ଭାଙ୍ଗି ଦେଇଥିଲେ। ପ୍ରବଳ ଉତ୍ତେଜନା ଭିତରେ ରେବତୀ ଓ ତାଙ୍କ ପୁଅ ଚେତାଶୂନ୍ୟ ହୋଇପଡିଥିଲେ।ଏହାପରେ ଉଭୟଙ୍କୁ ଚିକିତ୍ସା ପାଇଁ ଦୁର୍ଗା ବାଇ ଦେଶମୁଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରେବତୀଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button