ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଜଟଣୀ ମ୍ୟୁନ୍ସିପାଲଟି ଅଧିକାରୀଙ୍କ ୧୦ ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ବର: ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ମ୍ୟୁନ୍ସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ବାବୁ ଜଣକ ହେଉଛନ୍ତି ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆଜି ସକାଳୁ ସୂର୍ଯ୍ୟମଣୀଙ୍କ ବାସଭବନ ସମେତ ନଅଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମ୍ୟୁନ୍ସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଜଟଣୀ କାର୍ଯ୍ୟାଳୟ ସମେତ। ଭୁବନେଶ୍ୱର ଜାଗମରା, ଖାରବେଳ ନଗରରେ ଥିବା ଘର, ଗଞ୍ଜାମ ସୋରଡ଼ା ସ୍ଥିତ ବାସ ଭବନ, ବ୍ରହ୍ମପୁର ସହରର ଦୁଇଟି ସ୍ଥାନ, ଜଟଣୀ ସରକାରୀ ବାସଭବନ, ସମ୍ପର୍କୀୟଙ୍କ ଘର ଭଳି ୧୦ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ। ଭୁବନେଶ୍ୱର ସ୍ପେଶାଲ ଜଜ ଭିଜିଲାନ୍ସଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ଭିଜିଲାନ୍ସର ୯ ଡ଼ିଏସପି, ୪ ଇନ୍ସପେକ୍ଟର, ୧୩ ଏଏସଆଇ ଓ ଅନ୍ୟ ସହଯୋଗୀ କର୍ମଚାରୀ ଚଢ଼ାଉ ଜାରି ରଖିଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button