୨୦ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଖରା ଛୁଟି ଶେଷ ହେବାରେ ଲାଗିଛି। ଘୋଷଣା ଅନୁସାରେ ରାଜ୍ୟର ସମସ୍ତ ସ୍କୁଲ ୧୮ ତାରିଖରେ ଖୋଲିବାକୁ ଘୋଷଣା କରାଯାଇଥିଲା। ହେଲେ ସେଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପରିବର୍ତ୍ତନ କରିଛି। ନୂଆ ଘୋଷଣା ଅନୁସାରେ ଆସନ୍ତା ୨୦ ତାରିଖରେ ଖୋଲିବ ସବୁ ସ୍କୁଲ । ୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ ଖୋଲିବା ପରେ ପୁଣି ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button