କ୍ରୟଯୋଗ୍ୟ ସବୁ ଧାନ ଉଠାଯିବ, ୨୪ ବର୍ଷ ଯାଏଁ ଶାସନକୁ ଫେରିବନି ବିଜେଡି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିଜେଡି ପକ୍ଷରୁ ଆୟୋଜିତ ଚାଷୀ ସମାବେଶକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟର ସାଧାରଣ ଆଲୋଚନାରେ ବିଧାନସଭାରେ ଶାଣିତ ଢଙ୍ଗରେ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ବିରୋଧୀ ଦଳ ଚାଷୀଙ୍କ ନାଁରେ କେବଳ ରାଜନୈତିକ ଫାଇଦା ପାଇଁ ନାଟକ କରୁଛନ୍ତି । ବିରୋଧୀ ଦଳ ଭୂମିକା ନିର୍ବାହ କରି ଲୋକଙ୍କ ସମସ୍ୟାକୁ ଗୃହରେ ଉଠାଇବା ବଦଳରେ କେବଳ ହୋହାଲ୍ଲା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଫେବୃୟାରୀ 20 ତାରିଖରେ 2026-27 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲି । 23 ତାରିଖରୁ ଏହି ବଜେଟ ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇ ମଙ୍ଗଳବାର ଶେଷ ହୋଇଛି । ସାଧାରଣ ଆଲୋଚନାକୁ ନେଇ ଓଡିଶାବାସୀ ଆଶା କରୁଥିଲେ, ଆଉ କିଛି ସାର୍ଥକ ଆଲୋଚନା ହୋଇପାରିଥାଆନ୍ତା । କିନ୍ତୁ ଚାଷୀଙ୍କ ନାଁରେ ଯେମିତି ରାଜନୀତି କରି ଗୃହକୁ ବାରମ୍ବାର ଅଚଳ କରି ଦିଆଗଲା, ତାହା ଓଡିଶାବାସୀ ଦେଖିଛନ୍ତି । ବିରୋଧୀ ଦଳ ତାଙ୍କ ଭୂମିକା ଉପସ୍ଥାପିତ ନ କରି ହୋ ହାଲ୍ଲା କରିବା ମଧ୍ୟ ଓଡ଼ିଶାବାସୀ ଦେଖିଛନ୍ତି ।’

Related Articles

Leave a Reply

Your email address will not be published. Required fields are marked *

Back to top button