ଓସ୍କାର ଦୌଡରେ ଅକ୍ଷୟ ପରିଜାଙ୍କ ‘ପାପା ବୁକା’

ଭୁବନେଶ୍ୱର: ଓସ୍କାର ଦୌଡ଼ରେ ସାମିଲ ହୋଇଛି ଅକ୍ଷୟ ପରିଜାଙ୍କ ‘ପାପା ବୁକା’ । ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ‘ପାପା ବୁକା’ ଜରିଆରେ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି, ପାପୁଆ ନ୍ୟୁ ଗିନି ସହ ଭାରତର ପ୍ରଥମ ସହ-ପ୍ରଡକ୍ସନ ଫିଚର ଫିଲ୍ମ, ଯାହା ୨୦୨୬ ଓସ୍କାର ଏକାଡେମୀ ପୁରସ୍କାରର ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ ବର୍ଗରେ ଅଫିସିଆଲ ଏଣ୍ଟ୍ରି ନେଇ ଆନୁଷ୍ଠାନିକ ଭାବେ ଚୟନ ହୋଇଛି । ଯାହା ରାଜ୍ୟ ପାଇଁ ଗର୍ବର ବିଷୟ । ଏକ ଚଳଚଞ୍ଚଳ କାହାଣୀରେ ମୂଳପୋଛ ହୋଇଥିବା ‘ପାପା ବୁକା’ ମିତ୍ରବାହିନୀର ଅଂଶବିଶେଷ ଭାବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପିଏନଜିରେ ଲଢ଼ିଥିବା ଭାରତୀୟ ଯବାନଙ୍କ କାହାଣୀକୁ ପ୍ରକାଶ କରିଛି । ବହୁତ ଅଜଣା ସହିଦ ଯବାନଙ୍କ ଜୀବନୀକୁ ନେଇ ଏହି ଫିଲ୍ମ ତିଆରି ହୋଇଛି । ଏହି ଫିଲ୍ମଟି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ୨୦୧୬ର ‘ବୋମାନା ବାର୍ ସିମେଟ୍ରି’ ଗସ୍ତରୁ ଅନୁପ୍ରାଣିତ ହୋଇ ନିର୍ମିତ ହୋଇଥିବା ବେଳେ ଏହା ଅନେକ ଅଚିହ୍ନା ଭାରତୀୟ ସୈନିକଙ୍କ ଅନ୍ତିମ ବିଶ୍ରାମସ୍ଥଳୀ ବୋଲି କୁହାଯାଉଛି । ଏହି ଆବେଗପୂର୍ଣ୍ଣ ଅତୀତକୁ ଖୋଜିବା ଏବଂ ଓଡ଼ିଶାର ପାଇକ ବିଦ୍ରୋହ ସହି ସମାନତା ସହିତ, ଚଳଚ୍ଚିତ୍ରଟି ଅଦୃଶ୍ୟ ନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି, ଯାହାର ବଳିଦାନ ବିଶ୍ୱ ସ୍ମୃତିରେ ଛପିବା ଆବଶ୍ୟକ । ପିଏନଜି ସରକାର ଓ ଦୁଇଥର ଜାତୀୟ ପୁରସ୍କାର ବିଜେତା ଅକ୍ଷୟ କୁମାର ପରିଜା ଏହାକୁ ପ୍ରଯୋଜନା କରିଥିବା ବେଳେ ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ତିନିଥର ଜାତୀୟ ପୁରସ୍କାର ବିଜେତା ଡକ୍ଟର ବିଜୁକୁମାର ଦାମୋଦରନ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button