କ୍ଷମା ମାଗିଲେ ଅଜିତ ପାଓ୍ବାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ଜନ ସମ୍ମାନ ଯାତ୍ରାରେ ସର୍ବସମ୍ମୁଖରେ ଭୁଲ୍‌ ମାଗିଛନ୍ତି। ସଭାରେ ସେ କହିଛନ୍ତି, ମୋର ଭୁଲ୍‌ ହୋଇଯାଇଛି। ମୋର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଥିଲା। ଡେପୁଟି ସିଏମ ଅଜିତ ପାୱାର ବର୍ତ୍ତମାନ ରାଜ୍ୟରେ ଜନ ସମ୍ମାନ ଯାତ୍ରା କରୁଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଲୋକ ସଭା ନିର୍ବାଚନରେ ସେ ଏକ ବଡ ଭୁଲ କରିଛନ୍ତି ଏବଂ ବର୍ତ୍ତମାନ ଏହାକୁ ନେଇ ଅନୁତାପ କରୁଛନ୍ତି। ଅଜିତ ପାୱାର କହିଛନ୍ତି ଯେ, ଲୋକ ସଭା ନିର୍ବାଚନରେ ସେ ତାଙ୍କ ସ୍ତ୍ରୀ ସୁନିତ୍ରା ପାଓ୍ବାରଙ୍କୁ ମଇଦାନରେ ଓହ୍ଲାଇ ବଡ଼ ଭୁଲ କରିଦେଇଛନ୍ତି। ଭଉଣୀ ସୁପ୍ରିୟା ସୁଲେଙ୍କ ବିପକ୍ଷରେ ତାଙ୍କୁ ଟିକେଟ୍‌ ଦେବା ବଡ଼ ଭୁଲ। ପ୍ରକାଶ ଯେ, ଦେଶରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଅଜିତ ପାୱାରଙ୍କ ସ୍ତ୍ରୀ ସୁନିତ୍ରା ପାୱାର ବାରମତୀ ଆସନରୁ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁଥିରେ ସୁନିତ୍ରା ପାଓ୍ବାରଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଶରଦ ପାୱାରଙ୍କ ଦଳ ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ଝିଅ ତଥା ଏମପି ସୁପ୍ରିୟା ସୁଲେ ଗତ ତିନିଥର ସମାନ ଆସନରୁ ଏମପି ଅଛନ୍ତି। ତେବେ ସୁପ୍ରିୟା ସୁଲେଙ୍କ ଠାରୁ ହାରିବା ପରେ ସୁନେତ୍ରା ପରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ଗତ ବର୍ଷ ଜୁଲାଇରେ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ମଧ୍ୟରେ ମତଭେଦ ହୋଇଥିଲା, ଯାହା ପରେ ଦଳ ଦୁଇଭାଗ ହୋଇ ଯାଇଥିଲା। ଅଜିତ ପାୱାର ତାଙ୍କ ବିଧାୟକଙ୍କ ସହ ଭାଜପା ମେଣ୍ଟରେ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button