ଏୟାର ଆମ୍ବୁଲାନ୍ସ କ୍ରାସ: ବିମାନରେ ନଥିଲା ବ୍ଲାକ ବକ୍ସ !

ନୂଆଦିଲ୍ଲୀ: ଝାଡଖଣ୍ଡ ଏୟାର ଆମ୍ବୁଲାନ୍ସ କ୍ରାସକୁ ନେଇ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କଥା । ଦୁର୍ଘଟଣାଗ୍ରସ୍ତ ବିମାନରେ ବ୍ଲାକ ବକ୍ସ ନଥିଲା । ବ୍ଲାକ ବକ୍ସ ନଥିବା ସ୍ପଷ୍ଟ କଲେ ଯାଞ୍ଚ କରୁଥିବା ଅଧିକାରୀ । ଏପରିକି କକପିଟ ଭଏସ ରେକର୍ଡର କିମ୍ବା ଫ୍ଲାଇଟ ଡାଟା ରେକର୍ଡର ମଧ୍ୟ ନଥିଲା । ୪ ବର୍ଷ ଧରି ବିମାନ ବ୍ୟବହାର ହୋଇନଥିଲା । ବ୍ଲାକ ବକ୍ସ ନଥିବାରୁ ଦୁର୍ଘଟଣାର କାରଣ ଜାଣିବା ବଡ ଚ୍ୟାଲେଞ୍ଜ ହୋଇଥିଲା । ସୋମବାର ଦିନ ବିମାନ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଝାଡଖଣ୍ଡରୁ ଦିଲ୍ଲୀ ଯାଉଥିବା ଏହି ଏୟାର ଆମ୍ବୁଲାନ୍ସରେ ଥିବା ସମସ୍ତ ସାତଜଣ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ପୋଡିଯାଇଥିବା ଜଣେ ରୋଗୀଙ୍କୁ ନେଇ ଝାଡଖଣ୍ଡରୁ ଦିଲ୍ଲୀ ବାହାରିଥିଲା ଏୟାର ଆମ୍ବୁଲାନ୍ସ । ଉଡାଣର କିଛି ସମୟ ପରେ ବିମାନଟି ସୋମବାର ରାତିରେ ଝାଡ଼ଖଣ୍ଡର ଛତ୍ରା ଜିଲ୍ଲାର ସିମରିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ରୋଗୀ, କ୍ୟୁ ସଦସ୍ୟଙ୍କ ସହ ବିମାନରେ ଥିବା ସାତ ଜଣଙ୍କର ଜୀବନ ଯାଇଛି ।



