ସମ୍ବଲପୁରରେ ଘୁଞ୍ଚିଲା ଅଗ୍ନିବୀରର ପ୍ରବେଶିକା ପରୀକ୍ଷା

ସମ୍ବଲପୁର : ସମ୍ବଲପୁରରେ ଘୁଞ୍ଚିଲା ଅଗ୍ନିବୀରର ପ୍ରବେଶିକା ପରୀକ୍ଷା । ଆସନ୍ତା ୧୭ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା ପରେ ୧୯ରୁ ୨୧ ତାରିଖରେ ହେବ । ଏନେଇ ଘୋଷଣା କରାଯାଇଛି। ଖବର ଅନୁଯାୟୀ, ସମ୍ବଲପୁରରେ ସୃଷ୍ଟି ହୋଇଥିବା ହିଂସା ହେବା ଏବେ କମିଛି । ଧୀରେ ଧୀରେ ପରିସ୍ଥିତି ସାମାନ୍ୟ ହେଉଛି । କିନ୍ତୁ କିଛି ଅଞ୍ଚଳରେ ଏବେବି କଟକଣା ଜାରି ରହିଛି । ଏହିକ୍ରମରେ ସମ୍ବଲପୁରରେ ହେବାକୁ ଥିବା ଅଗ୍ନିବୀରର ଅନ୍‌ଲାଉନ୍‌ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଯାଇଛି । ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବ । ୩ଦିନ ଧରି ଏହି ପ୍ରବେଶିକା ପରୀକ୍ଷା ଚାଲିବ । ସେପଟେ  ସମ୍ବଲପୁର ଏଆରଓ କାର୍ଯ୍ୟାଳୟ ପକ୍ଷରୁ ଟୋଲ ଫି ନମ୍ବର ଜାରି କରାଯାଇଛି । ଏନେଇ ଏକ ଟୋଲ ଫି ନମ୍ବର ଜାରି କରାଯାଇଛି । କୌଣସି ପ୍ରକାରର ସହାୟତା ପାଇଁ ଟୋଲ ଫି ନମ୍ବର- ୦୬୬୩୨-୯୫୦୩୫୯,୦୬୬୩୨-୫୨୦୮୪୫ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button