ଟ୍ରେନ୍ ଅପହରଣ ପରେ, ପାକିସ୍ତାନୀ ସେନାର ୮ ଟି ବସ୍ ଉପରେ ଆତ୍ମଘାତୀ ଆକ୍ରମଣ, ୯୦ ସୈନିକ ମୃତ

ନୂଆଦିଲ୍ଲୀ: ଜାଫର ଏକ୍ସପ୍ରେସ ଟ୍ରେନ ଅପହରଣ ପରେ ପାକିସ୍ତାନରେ ଆତଙ୍କ ଖେଳିଯାଇଛି। ଏହି ସମୟରେ ଆଜି ବଲୁଚିସ୍ତାନରେ ସେନାର ୮ ଟି ବସ ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ବଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) କରିଥିବା ଦାବି କରିଛି। ଏବଂ ବିଏଲଏ କହିଛି ଯେ, ଏଥିରେ ପାକିସ୍ତାନୀ ସେନାର ୯୦ ସୈନିକଙ୍କୁ ମାରିଦିଆଯାଇଛି। ଦ ବଲୁଚିସ୍ତାନ ପୋଷ୍ଟ ଅନୁଯାୟୀ, ନୋଶକିରେ ପାକିସ୍ତାନୀ ସେନାର ବସ ଉପରେ ଆକ୍ରମଣ କରାଯାଇଥିଲା। ସେଠାରେ ଅନେକଗୁଡ଼ିଏ ବିସ୍ଫୋରଣ ହୋଇଥିଲା ଏବଂ ପରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏହି ଆକ୍ରମଣ ପରେ ଅନେକ ଆମ୍ବୁଲାନ୍ସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ଯାଉଥିବା ବେଳେ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button