ହ୍ୟୁମାନଙ୍କ ପରଲୋକ ପରେ ବଡ଼ ଅଭିଯୋଗ ଆଣିଲେ ତାଙ୍କ ମାଆ

ଭୁବନେଶ୍ୱର: ହ୍ୟୁମାନ ସାଗରଙ୍କ ପରଲୋକ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ । ସେ କହିଛନ୍ତି ଯେ ‘ମୋ ପୁଅକୁ ୟୁଜ୍ କରାଯାଉଥିଲା’ ଦେହ ଖରାପ ସତ୍ତେ୍ୱ ତାକୁ ଷ୍ଟେଜ୍ ସୋ’କୁ ନେଉଥିଲେ । ପୁଅର ମୃତ୍ୟୁ ପାଇଁ ଯିଏ ଦାୟୀ ତାକୁ ଧରାଯାଉ ବୋଲି ହ୍ୟୁମାନଙ୍କ ମା କାନ୍ଦି କାନ୍ଦି କହିଛନ୍ତି ।ସେ କହିଛନ୍ତି, ଦେହ ଖରାପ ବେଳେ ବି ପୁଅକୁ ଷ୍ଟେଜ ସୋ କରାଉଥିଲେ । ମୋ ପୁଅକୁ ମିଶି କି ମାରି ଦିଆଯାଇଛି । ମୋ ପୁଅର ମୃତ୍ୟୁ ପଛର ଦୋଷୀକୁ ଶୀଘ୍ର ଧରାଯାଉ । ସିଧାସଳଖ ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଇଛନ୍ତି ହ୍ୟୁମାନଙ୍କ ମାଆ । ଡାକ୍ତରମାନେ ସବୁ ପ୍ରକାରର ସାହାଯ୍ୟ କରିଥିଲେ । ପୁଅର ଚିକିତ୍ସା ପାଇଁ ଭିକ ମାଗି ନ ଥିଲି ବୋଲି ତାଙ୍କ ମାଆ କହିଛନ୍ତି । ହ୍ୟୁମାନଙ୍କ ମାଉସୀ ମଧ୍ୟ ମ୍ୟାନେଜରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଦେହ ଖରାପ ଥିବା ସମୟରେ ଦିନେ ଶୋ ପାଇଁ କଟକରୁ ଧରିକି ଗଲେ ରାଉରକେଲା । ପୁଣି ସେହି ଦିନ ଆନ୍ଧ୍ର ସୀମାକୁ ନେଇକି ଯାଇଥିଲେ । ଅସୁସ୍ଥ ଲୋକଟି ଏତେ ବାଟ ଯାତ୍ରା କଲେ ତାର ଅବସ୍ଥା କଣ ହେବ । ଏପରିକି ଏହି ସବୁ ଲୋକେ ଶୋ ପାଇଁ ହ୍ୟୁମାନଙ୍କ ଚିକିତ୍ସା କରାଇବାକୁ ଦେଉ ନ ଥିଲେ । ଯେଉଁ ଦିନ ଆମେ ମେଡିକାଲରେ ଭର୍ତ୍ତି କଲୁ, ସେ ଦିନ ବି ସୋ ପାଇଁ ଯିବାକୁ କହୁଥିଲେ ବୋଲି ମାଉସୀ କହିଛନ୍ତି।



