ଅନ୍ତିମ ପର୍ଯ୍ୟାୟର ନିକଟତର ହେଲା ଆଦିତ୍ୟ ଏଲ-୧ ମହାକାଶଯାନ: ଇସ୍ରୋ ମୁଖ୍ୟ ସୋମନାଥ

ଥିରୁବନନ୍ତପୁରମ୍: ଭାରତୀୟ ମହାକାଶ ଗବେଷଣା ସଂଗଠନର ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ଯେ, ସୂର୍ଯ୍ୟ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ମିଶନର ଅଂଶ ଭାବରେ ଉତକ୍ଷେପଣ ହୋଇଥିବା ‘ଆଦିତ୍ୟ ଏଲ-୧’ ମହାକାଶଯାନ ଏହାର ଅନ୍ତିମ ପର୍ଯ୍ୟାୟର ନିକଟତର ହୋଇଛି। ଏହାର ଏଲ-୧ ପଏଣ୍ଟରେ ପ୍ରବେଶ ପ୍ରକ୍ରିୟା ଜାରି ରଖିଛି। ଜାନୁଆରୀ ୭ ତାରିଖ ୨୦୨୪ ସୁଦ୍ଧା ଏହାର ପ୍ରକ୍ରିୟା ସମାପ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଥମ ଧ୍ୱନି ରକେଟ୍ ଉତକ୍ଷେପଣର ୬୦ ତମ ବର୍ଷକୁ ସ୍ମରଣୀୟ କରିବା ପାଇଁ ବିକ୍ରମ ସାରବାଇ ସ୍ପେସ୍ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏସଆର ମୁଖ୍ୟ ପିଟିଆଇକୁ କହିଛନ୍ତି ଯେ, ଆଦିତ୍ୟ ରାସ୍ତାରେ ଅଛି। ମୁଁ ଭାବୁଛି ଏହା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Related Articles

Leave a Reply

Your email address will not be published.

Back to top button