ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଯାଜପୁର ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ରେଡ କରାଯାଉଛି । ଯାଜପୁର ରୋଡ କହ୍ନେଇପୁରରେ ଥିବା ତାଙ୍କ ୪ ମହଲା କୋଠା, କଟକ ଚାଉଳିଆଗଞ୍ଜରେ ଥିବା ମେଟ୍ରୋ ଆପାର୍ଟମେଣ୍ଟରେ ଚଢାଉ ହେଉଛି। ସେହିପରି ଯାଜପୁର ଗରଡେଶ୍ବରରେ ଥିବା ପୈତୃକ ଘର, ଧର୍ମଶାଳରେ ଥିବା ସରକାରୀ ବାସଭବନ ଓ ଅଫିସରେ ରେଡ ହେଉଛି । ଏହା ସହ ଭଦ୍ରକ ସାନବସନ୍ତ ଗାଁରେ ଥିବା ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଘରବା ଜମିରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। କହ୍ନେଇ ପୁର ସ୍ଥିତ ବାସଭବନରୁ ୧ଲକ୍ଷ ୮୩ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।