୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବିବାଦୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ଆସୁଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପୁନମ୍ ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ପୁନମ୍ ଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ପୁନମ୍ ପାଣ୍ଡେଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। ପୁଣମ ପାଣ୍ଡେଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏହି ପୋଷ୍ଟରେ ଲେଖା ଅଛି, “ଆଜି ସକାଳେ ଆମ ପାଇଁ କଷ୍ଟକର। ଆମେ ଅତ୍ୟନ୍ତ ଦୁଃଖର ସହିତ ଜଣାଉଛୁ ଯେ, ଗର୍ଭାଶୟ କର୍କଟ ହେତୁ ଆମେ ଆମର ପ୍ରିୟ ପୁନମ୍ ଙ୍କୁ ହରାଇଛୁ। ପୁଣମ୍ ପାଣ୍ଡେ ଜଣେ ଅତି ପ୍ରସିଦ୍ଧ ମଡେଲ୍ ଥିଲେ। ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଯେତେବେଳେ ସେ ଏକ ଭିଡିଓ ବାର୍ତ୍ତାରେ ପ୍ରତିଶୃତି ଦେଇଥିଲେ ଯେ, ଭାରତ ଯଦି ଫାଇନାଲ୍ ମ୍ୟାଚ୍ ଜିତେ ତେବେ ସେ ପୋଷାକ ଖୋଲିଦେବେ। ଏହି ଦାବି ସହିତ ସେ ପ୍ରଥମ ଥର ପାଇଁ ବିବାଦ ଭିତରକୁ ଆସିଥିଲେ। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପୁନମ୍ ପାଣ୍ଡେଙ୍କୁ ଶେଷ ଥର ପାଇଁ କଙ୍ଗନା ରଣାୱାତଙ୍କ ରିଆଲିଟି ସୋରେ ଦେଖିବାକୁ ମିଳିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button