କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ୯୧ ସରକାରୀ ଅଧିକାରୀଙ୍କ ଦରମା

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ ନକରିଵାରୁ କଟକର ୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି। ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲା ଟ୍ରେଜେରୀ ଅଫିସର୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଫଳରେ ଲୋକଙ୍କ ଅଭିଯୋଗକୁ ଗଡ଼ାଇ ଗଡ଼ାଇ ଚାଲିଥିବା ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ଏହି ସମ୍ପର୍କରେ ଜିଲ୍ଲାପାଳ ଜିଲ୍ଲା ଟ୍ରେଜେରୀରକୁ ସୂଚନା ଦେଇଛନ୍ତି । ଖିଲାପକାରୀ ଅଧିକାରୀଙ୍କ ନଭେମ୍ବର ମାସର ସ୍ଥଗିତ ରଖିବାକୁ ଜାରି ହୋଇଛି ନିର୍ଦ୍ଦେଶନାମା । ତେବେ କଟକ ଜିଲ୍ଲାରେ ଏହା ପ୍ରଥମଥର ପାଇଁ ଏହି ଭଳି ଘଟଣା ହୋଇନାହିଁ । ପୂର୍ବରୁ ମଧ୍ୟ ଏହି ଜନଶୁଣାଣି ପୋର୍ଟାଲ ଓ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ସମାଧାନରେ ବେଶ ପଛୁଆ ରହିଛି କଟକ । ଯେଉଁଥିପାଇଁ କଟକ ଜିଲ୍ଲାପାଳ, ଖିଲାପୀ ବାବୁଙ୍କ ଉପରେ ଚଳିତବର୍ଷ ଦୁଇ ଦୁଇଥର କାର୍ଯ୍ୟାନୁଷ୍ଠାନ ଭାବେ ଦରମା ବନ୍ଦ କରିଛନ୍ତି । କିନ୍ତୁ ଏହାପରେ ମଧ୍ୟ ଏହି କାର୍ଯ୍ୟରେ କୋୖଣସି ସୁଧାର ଆସିନାହିଁ । ତେବେ ଲୋକଙ୍କ ଜନଶୁଣାଣୀରେ ଦିଆଯାଇଥିବା ଅଭିଯୋଗକୁ କିପରି ସମାଧାନ ହେବ | ତାହା ମଧ୍ୟ ପ୍ରଶ୍ନ ହୋଇ ଠିଆ ହୋଇଛି |ଗତ ମାର୍ଚ୍ଚ ମାସରେ କଟକ ଜିଲ୍ଲାର ୪୮ ଜଣ ସରକାରୀ ଅଧିକାରୀଙ୍କ ଫେବ୍ରୁଆରୀ ମାସ ଦରମା ଉପରେ ରୋକ୍ ଲଗାଇଥିଲେ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ଅଭିଯୋଗର ସମାଧାନ ହୋଇ ନଥିବାରୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏହି ପଦକ୍ଷେପ ଗ୍ରହଣ କରିଥିଲେ ।ପୁଣି ଥରେ ସେପ୍ଟେମ୍ବର ମାସରେ ଆସିଥିଲା ଦରମା ବନ୍ଦ ନିର୍ଦ୍ଦେଶନାମା । ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ନଶୁଣିବାରୁ ୧୪ ଜଣ ଅଫିସରଙ୍କ ଦରମା ବନ୍ଦ ପାଇଁ ଚିଠି କରିଥିଲେ କଟକ ଜିଲ୍ଲାପାଳ । ଏବେ ପୁଣି କିଛି ବାବୁଙ୍କ ନଭେମ୍ବର ମାସର ଦରମାରେ ରୋକ୍ ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button