ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲା ୬୬.୭ % ହ୍ରାସ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ । ବିଭିନ୍ନ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ।ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି-୭୨ ଅନ୍ତର୍ଗତ ଗାଁରେ ଘଟିଥିବା ଦୁର୍ବ୍ୟବହାର, ସରକାର ନାରୀକୁ ସୁରକ୍ଷା ଦେବାରେ ସମ୍ପୁର୍ଣ୍ଣ ବିଫଳ । ଏ ସମ୍ପର୍କରେ ମାନ୍ୟବର ବିଧାୟକ ରାମଚନ୍ଦ୍ର କାଡାମ, ସିଏସ ରାଜେନ ଏକ୍କା, ଅଶୋକ କୁମାର ଦାସ, ମଙ୍ଗୁଖିଲଙ୍କ ଆଗତ ମୁଲତବୀ ପ୍ରସ୍ତାବ ଉପରେ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । କହିଛନ୍ତି, ଗତ ୨୩ରେ ଅପରାହ୍ଣ ୪ଟାରେ ମାଲକାନଗିର ଏମଭି-୭୨ ଗାଁରେ ୩ ନାବାଳିକାଙ୍କୁ ସେହି ଗ୍ରାମର ନରେନ ରାୟ ଦୁବ୍ୟବହାର କରିଥିବା ସଂପର୍କରେ ୨୫ ତାରିଖରେ ଲିଖିତ ଅଭେଯାଗ କ୍ରମେ ୨୫ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇ ୨୬ରେ କୋର୍ଟ ଚାଲାମ କରାଯାଇଛି । ତଦନ୍ତ ଏବେବି ଜାରି ରହିଛି । ମନ୍ତ୍ରୀ ଆହୁରି କହିଛନ୍ତି, ୧୫ ମାସରେ ମହିଳା ଓ ଶିଶୁ ମାନଙ୍କ ପ୍ରତି ହେଉଖିବା ଅପରାଧିକ ମାମଲା ଅର୍ଥାତ ୨୦୨୩ରୁ ୨୦୨୨୪ ମଧ୍ୟରେ ଉକ୍ତ ଅପରାଧକୁ ତୁଳନା କରାଯାଏ ତେବେ ଅପରାଧ ସଂଖ୍ୟା ଅପେକ୍ଷାକୃତ ଭାବେ ସ୍ଥିର ରହିଛି । ୧.୦୭.୨୦୨୪ରୁ ୩୦.୦୯.୨୦୨୫ ମଧ୍ୟରେ ମହିଳାମାନଙ୍କ ବିରୋଧରେ ଘଟୁଥିବା ଅପରାଧରେ ମୋଟ ୪୦, ୯୪୭ ପଞ୍ଜୀକୃତ ହୋଇଥିଲା ବେଳେ ୧.୦୪.୨୦୨୩ରୁ ୩୦.୦୬.୨୦୨୪ ମଧ୍ୟରେ ୪୦,୭୭୧ ଥିଲା । ମହିଳାମାନଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇ ଆସିଛନ୍ତି । ଲ୍ଲା ଗୁଡିକରେ ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ମହିଳା ସମ୍ପର୍କିତ ସମ୍ବେଦନଶୀଳ ମାମଲାଗୁଡିକର ତଦନ୍ତ ପାଇଁ ଜିଲ୍ଲାସ୍ତରରେ ୨୯ଟି ଆଇୟୁ ସିଏଡବ୍ଲ୍ୟୁ କାର୍ଯ୍ୟ କରୁଚି । ନିକଟରେ ରାଜ୍ୟ ସରକାର ଏକ ନୂତନ ଆଇୟୁସିଏଡବ୍ଲ୍ୟୁ ୟୁନିଟ ମଞ୍ଜୁର କରିଥିବା ବେଳେ ଆଉ ୫ଟି ଆଇୟୁସିଏଡବ୍ଲ୍ୟୁ ୟୁନିଟ ସୃଷ୍ଟି ପାଇଁ ପ୍ରସ୍ତାବ ବିଚାରଧୀନ ଅଛି ।ସ୍ବତନ୍ତ୍ର ଜୁଭେନାଇଲ୍ ପୋଲିସ ୟୁନିଟରେ ନିୟୋଜିତ ଅଧିକାରୀ, ନିଖୋଜ ଥିବା ଶିଶୁ, ଆଇନ ସହିତ ଦ୍ବନ୍ଦରେ ଥିବା ଶିଶୁ, ପରିତ୍ୟକ୍ତ ଶିଶୁ ତଥା ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ଉପରେ ବିଶେଷ ଦୃଷ୍ଟି ଦେଉଛନ୍ତି ।



