ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭରୁ ଦୁର୍ଘଟଣା, ‘ଆମ ବସ୍‌’ ନେଲା ଜୀବନ

ଭୁବନେଶ୍ବର: ଭୁବନେଶ୍ୱର ରୁପାଲି ଛକ ଟ୍ରାଫିକ୍‌ ଉପରେ ଶନିବାର ଭୟଙ୍କର ଦୁର୍ଘଟଣା ଘଟିଛି। ପୁଣି ଆମ ବସ୍‌ ନେଇଛି ଜୀବନ। ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭରୁ ଏଭଳି ଦୁର୍ଘଟଣା ଘଟିଛି। ଭୁବନେଶ୍ୱର ରୁପାଲି ଟ୍ରାଫିକ୍‌ ଉପରେ ଏକ ଅଟୋକୁ ପଛରୁ ଧକ୍କା ଦେଇଛି ‘ଆମ ବସ୍‌’ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଡିସିପି ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଆଜି ଶନିବାର ମଧ୍ୟାହ୍ନରେ ଭୁବନେଶ୍ବର ରୁପାଲି ଛକରେ ଏକ ଅଟୋକୁ ‘ଆମ ବସ୍‌’ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଆଗରେ ଥିବା ଆଉ ଏକ ବସ୍‌ରେ ଅଟୋଟି ଚାପି ହୋଇଯାଇଥିଲା । ଫଳରେ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଛି । ଅଟୋ ଭିତରେ ଥିବା ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବ ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ତେଜନା ବଢ଼ୁଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ସେପଟେ ଦୁର୍ଘଟଣା ପାଇଁ ପ୍ରତ୍ୟକ୍ଷଦର୍ଶୀମାନେ ସିଧାସଳଖ ଭାବେ ‘ଆମ ବସ୍’ ଚାଳକଙ୍କୁ ଦୋଷାରୋପ କରିଛନ୍ତି । ସେମାନଙ୍କ ଅଭିଯୋଗ କରିଛନ୍ତି ଯେ, ବସ୍‌ ଚାଳକଙ୍କ ଅବହେଳା ଏବଂ ଟ୍ରାଫିକ୍ ସିଗ୍ନାଲରେ ବସ୍ ନ ରହିବାରୁ ଦୁର୍ଘଟଣାଟି ଘଟିଛି । ଡିସିପି ଜଗମୋହନ ମୀନା କହିଛନ୍ତି, “ଆମେ ପୋଲିସ ଫୋର୍ସ ନେଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଛୁ । ରାସ୍ତାରେ ଗାଡ଼ିଚଳାଚଳ ସ୍ବଭାବିକ କରାଯାଇଛି । କିଭଳି ଦୁର୍ଘଟଣା ଘଟିଲା ସେନେଇ ସିସିଟିଭି ଯାଞ୍ଚ କରାଯିବ । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।” ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, “ଅଟୋ ଓ ସ୍କୁଲ୍ ବସ୍ ଟ୍ରାଫିକ୍ ଛକରେ ଠିଆ ହୋଇଥିବା ସମୟରେ ପଛ ପଟୁ ଦ୍ରୁତ ଗତିରେ ଆସି ଆମ ବସ୍ ଦୁଇଟି ଯାନକୁ ଧକ୍କା ଦେଇଥିଲା । ଏଥିରେ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି । ଦୁର୍ଘଟଣା ପରେ ବସ୍ ଚାଳକ ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।” ଜାତୀୟ ସଡକ ସୁରକ୍ଷା ମାସର ପ୍ରଥମ ଦିନରେ ଏଭଳି ମର୍ମାନ୍ତୁତ ସଡକ ଦୁର୍ଘଟଣାକୁ ସାଧାରଣରେ ସମାଲୋଚନ କରାଯିବା ସହିତ ପ୍ରତ୍ୟକ୍ଷଦର୍ଶୀମାନେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଆମ ବସ୍‌ ଡ୍ରାଇଭରମାନଙ୍କୁ ଟ୍ରାଫିକ୍ ନିୟମ ଓ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବା ନିତ୍ୟାନ୍ତ ଆବଶ୍ୟକ । ଅବହେଳା ଯୋଗୁଁ ନିର୍ଦୋଷ ଲୋକଙ୍କ ଜୀବନ ନଷ୍ଟ ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button