ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ପଞ୍ଜାବର ସନୌର ବିଧାୟକ ହରମିତ୍ ସିଂହ ପଠାନମାଜରାଙ୍କୁ ଶେଷରେ ପଟିଆଲା ପୋଲିସ ଗିରଫ କରିଛି। ଦୁଷ୍କର୍ମ ଏବଂ ଠକେଇ ଅଭିଯୋଗରେ ଅଭିଯୁକ୍ତ ପଠାନମାଜରା ଗତ ବର୍ଷ (ସେପ୍ଟେମ୍ବର ୨୦୨୫) ଠାରୁ ଫେରାର ଥିଲେ। ସାତ ମାସ ପରେ ପୋଲିସ ଶେଷରେ ଅଭିଯୁକ୍ତ ବିଧାୟକଙ୍କ ବିଷୟରେ ସୁରାକ ପାଇ ଗିରଫ କରିଥିଲା। ଆମ ଆଦମୀ ପାର୍ଟି (ଆପ) ବିଧାୟକ ପଠାନମାଜରାଙ୍କ ବିରୁଦ୍ଧରେ ଦୁଷ୍କର୍ମ, ଠକେଇ ଏବଂ ଅପରାଧିକ ଧମକ ଦେବା ଅଭିଯୋଗରେ ଏଫଆଇଆର ରୁଜୁ କରାଯାଇଛି। ସେ ଏହି ମାମଲାରେ ସେପ୍ଟେମ୍ବର ୨ ତାରିଖରୁ ଫେରାର ଥିଲେ। କୋର୍ଟ ପୂର୍ବରୁ ପଠାନମାଜରାଙ୍କୁ “ପଳାତକ” ଘୋଷଣା କରିଥିଲେ ଏବଂ ଏକ ଲୁକଆଉଟ୍ ନୋଟିସ୍ ଜାରି କରିଥିଲେ।



