ଭୁବନେଶ୍ବରରେ ବୁଲିଲା ଖଣ୍ଡା, ଫିଲ୍ମ ଷ୍ଟାଇଲରେ ଆକ୍ରମଣ

ଭୁବନେଶ୍ବର : ପୁଣି ରକ୍ତ ରଞ୍ଜିତ ରାଜଧାନୀ!। ଭୁବନେଶ୍ବର ଭରତପୁର ବନଦୁର୍ଗା ବସ୍ତିରେ ବୁଲିଲା ଖଣ୍ଡା ।  ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହାଣିଲେ।  ଯୁବକକୁ ଖଣ୍ଡାରେ ହାଣିଲେ ବାପ-ପୁଅ।  ଅଭିଯୁକ୍ତକୁ ବାନ୍ଧି ଆଣିବା ବେଳେ ପୋଲିସକୁ ଆକ୍ରମଣ କଲେ ବସ୍ତି ବାସିନ୍ଦା ।  ପିସିଆର ଭ୍ୟାନ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଆକ୍ରମଣର ଶିକାର ଯୁବକ ହେଲେ ଅଶୋକ ମହାରଣା ।  ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଯୁବକଙ୍କ ବଡ଼ ଭାଇ ପୁତୁରା । ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରି, ରାସ୍ତା ଉପରେ ଘୁଷୁଡ଼ି ପଡିଥିଲେ ଯୁବକ ।  ଖଣ୍ଡା ଚୋଟରେ ଅଶୋକଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ପିସିଆର ପହଞ୍ଚି, ସିସିଟିଭି ଫୁଟେଜର ଛାନଭିନ କରିଥିଲା । ଏହାପରେ ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ନେଇ ଯିବା ସମୟରେ ବିରୋଧ କରିଥିଲେ ସ୍ଥାନୀୟ ଲୋକ ।  ଏହାକୁ ନେଇ ପୋଲିସ ଓ ସ୍ଥାନୀୟ ଲୋକ ମୁଁହାମୁହିଁ ହୋଇଥିଲେ । ପିସିଆର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ଜମି ବାଡ଼ିକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button