ନୂଆ ଜିଏସଟି ସ୍ଲାବ୍ ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଜିଏସଟି ପରିଷଦ ବୈଠକରେ ହୋଇଥିବା ଐତିହାସିକ ନିଷ୍ପତି ଦ୍ୱାରା ସାଧାରଣ ବର୍ଗର ଲୋକମାନଙ୍କର ଆକାଂକ୍ଷା ପୂରା ହେବ ଏବଂ ସମାଜରେ ଆର୍ଥିକ ଆତ୍ମବିଶ୍ୱାସ ବଢିବ ବୋଲି ଆଜି ନୂଆଦିଲ୍ଲୀ ଠାରେ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମତପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ୫୬ତମ ଜିଏସଟି ପରିଷଦ ବୈଠକରେ ୫% ଓ ୧୮% ସ୍ଲାବ ଢାଞ୍ଚାରେ ନେଇ ଯେଉଁ  ନିଷ୍ପତି ହୋଇଛି, ତାହା ପ୍ରଶଂସନୀୟ ଏବଂ ସ୍ୱାଗତଯୋଗ୍ୟ । ଏହି ନିଷ୍ପତି ଦ୍ୱାରା ଦୈନନ୍ଦିନ ବ୍ୟବହାର ଯୋଗ୍ୟ ସାମଗ୍ରୀ ଶସ୍ତା ହେବ । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଦେଶର ଗରିବ ଓ ସମାଜର ମଧ୍ୟମ ବର୍ଗର ନାଗରିକ, କୃଷକ, ଏମଏସଏମଇ, ମଧ୍ୟବିତ୍ତ, ମହିଳା ଏବଂ ଯୁବକମାନେ ଲାଭବାନ ହେବେ । ଏହି ପଦକ୍ଷେପ ଓଡ଼ିଶା ସମେତ ଦେଶବାସୀଙ୍କୁ ମୋଦୀ ସରକାରଙ୍କ ଦଶହରା ଓ ଦୀପାବଳି ଉପହାର । ଏହି ନିର୍ଣ୍ଣୟ ଭାରତରେ ଅର୍ଥନୀତିରେ ବଡ ପ୍ରୋତ୍ସାହନ ହେବ । ବଜାରକୁ ସର୍କୁଲାର ଅର୍ଥନୀତି ଆସିବ । ଲୋକମାନଙ୍କ କ୍ରୟ ଶକ୍ତି ବଢିବା, ଯାହା ଦ୍ୱାରା ଉତ୍ପାଦନ ବଢିବ ଏବଂ କଞ୍ଚାମାଲର ବ୍ୟବହାର ବଢିବ । ପ୍ରକ୍ରିୟାରେ ସଂସ୍କାର ଓ ଜିଏସଟି ହାରରେ ସରଳୀକରଣ ପ୍ରମୁଖ ଅର୍ଥନୈତିକ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଓ ସହଜ ଜୀବନଯାପନର ଏକ ନୂଆ ଯୁଗ ଆରମ୍ଭ କରିବ ।  ପରବର୍ତ୍ତୀ ପିଢିର ଜିଏସଟି ସଂସ୍କାର ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button