ବିରଳ କଳା ମହାବଳ ବାଘ ମୃତ

ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟରେ ଆଜି ଏକ ବିରଳ କଳା ମହାବଳ ବାଘର ମୃତ୍ୟୁ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଶିମିଳିପାଳ କୋର ଏରିଆରୁ । ବାଘଟିର ବୟସ ସାଢେ ୩ବର୍ଷ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ସୁନିଲ କୁମାର ପପଲି । ମୃତ ବାଘ ଦେହରେ କ୍ଷତ ଚିହ୍ନ ରହିଛି ।ଏଥିପାଇଁ ବାଘବାଘ ମଧ୍ୟରେ ଲଢେଇ ଏପରି ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ବ୍ୟବଚ୍ଛେଦ ପରେ ବାଘ ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ସ୍ପଷ୍ଟ ହେବ ବୋଲି ପିସିସିଏଫ କହିଛନ୍ତି । ତେବେ ଏହା ବାଘ ବାଘ ମଧ୍ୟରେ ଲଢେଇ ନା ବାଘ ଶିକାର ପାଇଁ ଶିକାରୀର ଷଡଯନ୍ତ୍ର, ଏନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ତେବେ ଏହା ଏକ ବିରଳ କଳା ମହାବଳ ବାଘ ହୋଇଥିବାରୁ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Articles

Leave a Reply

Your email address will not be published.

Back to top button