୪ରେ ଉପକୂଳ ଛୁଇଁବ ସମ୍ଭାବ୍ୟ ବାତ୍ୟା!

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ପୁଣି ଭାରତୀୟ ଉପକୂକଳ ଛୁଇଁବ ବାତ୍ୟା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୁଦୃଶ-ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।ପରବର୍ତ୍ତୀ ସମୟରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ୩ତାରିଖ ବେଳକୁ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ପରବର୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୪ ତାରିଖ ପାହାନ୍ତିଆ ବେଳକୁ ଉତ୍ତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଁଚିବାର ସମ୍ଭାବନା ରହିଛି।ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଉପକୂଳବର୍ତ୍ତୀ ୭ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପରାମର୍ଶ ଦେଇଛନ୍ତି। ଉକ୍ତ ଜିଲାଗୁଡ଼ିକ ହେଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ। ତେବେ ବାତ୍ୟାର ତୀବ୍ରତା ଓ ଗତିପଥ କ’ଣ ରହିବ ସେ ନେଇ ଏ ପର୍ୟ୍ୟନ୍ତ କୌଣସି ଆକଳନ କରାଯାଇ ନାହିଁ। ଲଘୁଚାପ ପ୍ରଭାବରେ ଆସନ୍ତା ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୪ରୁ ୮ ତାରିଖ ଯାଏ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ।ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୧ ତାରିଖରୁ ୪୦ରୁ ୫୦ କିମି ବେଗରେ ପବନ ବହିବ। ପବନର ବେଗ ୨ ତାରିଖ ବେଳକୁ ୫୦ରୁ ୬୦ କିମି ଓ ବେଳେ ବେଳେ ସର୍ବାଧିକ ୭୦ କିମି ପର୍ୟ୍ୟନ୍ତ ଯାଇପାରେ ବୋଲି ଆଞ୍ଚଳିକ ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button