ଭୋଟ ଦେବାପାଇଁ ଆସିଲା ନୂଆ ବ୍ୟବସ୍ଥା

ଭୁବନେଶ୍ୱର: ଏଥର ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା କରାଯାଇଛି । ପୋଲିଂ କର୍ମଚାରୀମାନେ ଯେଉଁଠି ଡ୍ୟୁଟି  କରିବେ ସେଠାରେ ହିଁ ଭୋଟ ଦେବେ । ପୋଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ସେଇଠି ହିଁ ଭୋଟ ଦେବେ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟ ଗ୍ରହଣ କେନ୍ଦ୍ର ହେବ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି । ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ଦୁଇ ବର୍ଗ ଅସୁସ୍ଥ ହୋଇ ଘରେ ରହୁଥିଲେ ସେମାନଙ୍କ ପାଇଁ ହୋମ ଭୋଟିଂ ବ୍ୟବସ୍ଥା ହେବ । ଭୋଟ ପାଇଁ ସବୁ ଜିଲ୍ଲା ଇଭିଏମ ପହଞ୍ଚି ସାରିଥିବା  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି ।  ସେପଟେ ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ମତଦାତା ମତଦାନ ସାବ୍ୟସ୍ତ କରିବା ପାଇଁ ବ୍ୟାପକ ସଚେତନ କରାଯଉଛି । ୧୪ତମ ଜାତୀୟ  ମତଦାନ ଦିବସ ଅବସରରେ  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟ  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ  ଏକ ଓ୍ବାକଥନ୍ ଅନୁଷ୍ଠିତ ହୋଇଛି । ଭୁବନେଶ୍ଵର ଓୟୁଏଟି ଛକରୁ ବାହାରି ସିଇଓ ଅଫିସ ପର୍ୟ୍ୟନ୍ତ ସଚେତନ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button