ମସ୍କୋ ବିମାନ ବନ୍ଦରରେ ପିଏମ ମୋଦୀଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ମସ୍କୋରେ ପହଞ୍ଚିଛନ୍ତି। ମସ୍କୋ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ସମୟ ମଧ୍ୟରେ ସେଠାରେ ଅନେକ ରୁଷର ନେତା ଏବଂ ସାମରିକ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ସରକାରୀ ଗସ୍ତରେ ଅଛନ୍ତି। ସେ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କ ସହ ୨୨ ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେବେ। ତିନି ବର୍ଷ ପରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। କରୋନା ମହାମାରୀ ହେତୁ ଏହାକୁ ତିନି ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା। ୟୁକ୍ରେନରେ ଚାଲିଥିବା ବିବାଦ ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଶିଖର ସମ୍ମିଳନୀକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଏକ ଶାନ୍ତିପୂର୍ଣ୍ଣ ତଥା ସ୍ଥିର କ୍ଷେତ୍ର ପାଇଁ ସହଯୋଗୀ ଭୂମିକା ଗ୍ରହଣ କରିବାକୁ ଚାହୁଁଛି। ଜୁଲାଇ ୯ ତାରିଖରେ ମସ୍କୋରେ ଅନୁଷ୍ଠିତ ୨୨ ତମ ଭାରତ-ରୁଷ ସମ୍ମିଳନୀ ପୂର୍ବରୁ ଆଜି ରାତିରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ରାତ୍ରୀ ଭୋଜନ କରିବେ।

Related Articles

Leave a Reply

Your email address will not be published.

Back to top button