ରାଜଧାନୀରେ ନକଲି କଲସେଣ୍ଟର ଠାବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ଏକ ନକଲି କଲସେଣ୍ଟର ଠାବ କରାଯାଇଛି । ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଏକ ନକଲି କଲ ସେଣ୍ଟର ଠାବ କରାଯାଇଛି । ଉକ୍ତ ଆପାର୍ଟମେଣ୍ଟରେ ସାଇବର ଠକେଇ କରିବା ପାଇଁ ପ୍ଲାନ କରାଯାଉଥିଲା । ଏହି ଅବସରରେ ପୁଲିସ ସେଠାରେ ଚଢ଼ଉ କରି ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ କରିଛି । ଏଥିସହ କିଛି ମୋବାଇଲ ଓ ଲାପଟପ ଜବତ କରି ପୁଲିସ ୬ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।  କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ନକଲି କଲ୍ ସେଣ୍ଟର ଚାଲିଥିବା କମିଶନରେଟ ପୁଲିସର ସାଇବର ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସାଇବର ଟିମ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଆପାର୍ଟମେଣ୍ଟରେ ନକଲି କଲ୍ ସେଣ୍ଟର ଚାଲିଥିବା ଜଣାପଡ଼ିଥିଲା। ଏହି କଲ୍‌ ସେଣ୍ଟରରେ ଲୋକମାନଙ୍କୁ ଫେକ୍‌ କଲ୍‌ କରଯାଇ ଚୁନ ମାରୁଥିଲେ ସାଇବର ଲୁଟେରା। ଏଥିସହ ଆପାର୍ଟମେଣ୍ଟରୁ ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ କରିଛି ପୁଲିସ। ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି ଯେ କଲ ସେଣ୍ଟର ଚଳାଉଥିବା ୬ ଜଣଙ୍କୁ ଅଟକ ରଖାଯାଇଛି । ସମସ୍ତ ୬ ଜଣ କୋଲକାତା ଅଞ୍ଚଳର । ଆଉ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ସେନେଇ ଜେରା କରାଯିବ । ଅଧିକ ତଦନ୍ତ ପାଇଁ ଟେକ୍ନିକାଲ ଟିମର ସହଯୋଗ ନିଆଯାଉଛି । ଏମାନେ ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କୁ ଲିଙ୍କ ପଠାଇ ଠକୁଥିଲେ ବୋଲି ପିକାଶ ମିଶ୍ର କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button