ଚିହ୍ନଟ ହୋଇପାରୁନି ୮୧ ମୃତଦେହ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ଦୁର୍ଘଟଣାରେ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୧ଶହରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତିଇତିମଧ୍ୟରେ ଅଧିକାଂଶ ଆହତ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ଆଉ କେତେଜଣ ଏବେ ବି ହସ୍ପିଟାଲରେ ଅଛନ୍ତିତେବେ ଏପରିସ୍ଥିତିରେ ମୃତକଙ୍କୁ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ ପାଲଟିଛିଏବେବି ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ସରୁନିଚିକିତ୍ସ ହୋଇ ଚିକିତ୍ସିତ ହେଉଛନ୍ତିମୃତକଙ୍କୁ ଚିହ୍ନଟ ପାଇଁ ବାଲେଶ୍ୱରରୁ ୧୯୩ଟି ମୃତଦେହ ଭୁବନେଶ୍ୱରକୁ ଆସିଥିବାବେଳେ ୧୨୩ଟି ଏମ୍ସରେ ରଖାଯାଇଥିଲାତେବେ ୬ ତାରିଖରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଥିବା ୩୯ଟି ମୃତଦେହ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲାଫଳରେ ଏମ୍ସକୁ ଆସିଥିବା ମୃତଦେହ ସଂଖ୍ୟା ୧୬୨ରେ ପହଞ୍ଚତ୍ଥିଲାଏହାମଧ୍ୟରୁ ୮୧ଟି ମୃତଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଆଉ ୮୧ଟିର ଚିହ୍ନଟ ପ୍ରକ୍ରିୟା ଜାରି ରହିଛିଅନ୍ୟପକ୍ଷରେ ମୃତକଙ୍କ ପରିବାର ବର୍ଗ ଓ ସମ୍ପର୍କୀୟମାନେ ମୃତଦେହ ଖୋଜିଖୋଜି ନିରାଶ ହୋଇପଡିଲେଣିବାଲେଶ୍ୱରରୁ କଟକ, ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ହସ୍ପିଟାଲ ବୁଲି ବୁଲି ମୃତଦେହର ସନ୍ଧାନ ପାଉ ନ ଥିବାବେଳେ କେତେକ ପରିବାର ଲୋକେ ସେମାନଙ୍କ ମୃତଦେହ ଅନ୍ୟକେହି ନେଇଯାଇଥିବା ଅଭିଯୋଗ ଆଣୁଛନ୍ତିତେବେ ଦୁର୍ଘଟଣାକୁ ୮ଦିନ ପୂରଣ ହୋଇଯାଇଥିବାବେଳେ ମୃତଦେହ ମିଳୁ ନ ଥିବାରୁ ମୃତକଙ୍କ କ୍ରିୟାକର୍ମ କେମିତି କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଦୁର୍ଘଟଣାରେ ପଶ୍ଚିମବଙ୍ଗର ବିପୁଲ ରାୟ ପ୍ରାଣ ହରାଇଥିଲେଦୁର୍ଘଟଣା ଖବରପାଇ ବାପା ଶିବକାନ୍ତ ରାୟ ପୁଅକୁ ଖୋଜିବାକୁ ଭୁବନେଶ୍ୱର ଧାଇଁ ଆସିଥିଲେ୪ଦିନ ହେବ ହାତରେ ପୁଅର ଫଟୋ ଧରି ବିଭିନ୍ନ ହସ୍ପିଟାଲ ଖୋଜିଥିଲେ ମଧ୍ୟ କୌଣସି ସ୍ଥାନରେ ପୁଅର ମୃତଦେହ ମିଳିଲାନାହିଁଶେଷରେ ଜାଣିବାକୁ ପାଇଛନ୍ତି ଯେ, ଗତ ୨ଦିନ ପୂର୍ବରୁ ତାଙ୍କ ପୁଅର ମୃତଦେହକୁ ବିହାରର କେହି ଜଣେ ବ୍ୟକ୍ତି ନେଇ ଯାଇଛନ୍ତିସେହିପରି ଆଉଜଣେ ପଶ୍ଚିମବଙ୍ଗର ହୁଗୁଳି ଜିଲାର ୨୨ ବର୍ଷିୟ ମହିଳା ରୂପା ହେମ୍ରମ୍ଦୁର୍ଘଟଣାର ୫ଦିନ ପରଠାରୁ ସ୍ବାମୀ ଗୋପାଳ ହେମ୍ରମ୍ଙ୍କୁ ଖୋଜି ପାଉନାହାନ୍ତିଭୋକ ଉପାସରେ ଏମ୍ସ ପରିସରରେ ଶାଶୁ ଓ ମାସୁରର୍ମିଳା ମାଣ୍ଡିଙ୍କ ସହ ସ୍ବାମୀଙ୍କ ମୃତଦେହ ଅପେକ୍ଷାରେ ଚାହିଁ ବସିଛନ୍ତିଖାଲି ପଶ୍ଚିମବଙ୍ଗର ଶିବକାନ୍ତ ରାୟ କିମ୍ବା ରୂପା ହେମ୍ରମ୍ନୁହଁନ୍ତି, ଏପରି ବିଭିନ୍ନ ରାଜ୍ୟରୁ ସମାନ ଅଭିଯୋଗ ଏମ୍ସ ହେଲ୍ପଡେକ୍ସ ନିକଟରେ ହେଉଥିବା ଦେଖିବାକୁ ମିଳୁଛିଏ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ବିଏମ୍ସି ଅତିରିକ୍ତ କମିଶନ୍ର ଶୁଭେନ୍ଦୁ ସାହୁ କହିଛନ୍ତି, ଏବେ ବି ୮୧ଟି ମୃତଦେହ ଚିହ୍ନଟ ହୋଇନାହିଁ୭୦ଟି ମୃତଦେହ କଣ୍ଟେନର ମଧ୍ୟରେ ଓ ୧୧ଟି ମୃତ ଦେହ ଏମ୍ସ ଶବଗୃହରେ ସଂରକ୍ଷିତ ରଖାଯାଇଛିଶୁକ୍ରବାର ସୁଦ୍ଧା ୭୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ଡିଏନ୍ଏ ନମୁନା ସଂଗ୍ରହ କରାଯାଥିବାବେଳେ ପ୍ରଥମ ବ୍ୟାଚ୍ରେ ୨୯ଟିକୁ ଟେଷ୍ଟିଂ ନିମନ୍ତେ ଦିଲ୍ଲୀ ପଠାଯାଇଛିଖୁବ୍ଶୀଘ୍ର ଦ୍ୱିତୀୟ ବ୍ୟାଚର ଡିଏନ୍ଏ ନମୁନା ପଠାଯିବାର ପ୍ରସ୍ତୁତି ଜାରି ରହିଛିରିପୋର୍ଟ ଆସିଲେ ପ୍ରକୃତ ମୃତଦେହ ଦାବିଦାରଙ୍କୁ ହସ୍ତାନ୍ତର କରାଯିବ

Related Articles

Leave a Reply

Your email address will not be published.

Back to top button