ଆଖିରେ ଅଠା ଲାଗିଯିବାରୁ ୮ ଜଣ ଛାତ୍ର ଗୁରୁତର

ଭୁବନେଶ୍ବର : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ସେବାଶ୍ରମରେ ଅଭାବନୀୟ ଘଟଣା । କିଛି ଛାତ୍ରଙ୍କ ଆଖିରେ ଫେବି କ୍ୱିକ ଅଠା ପକାଇଦେଲେ ଅନ୍ୟ କିଛି ଛାତ୍ର । ଏହି ଘଟଣାରେ ୮ ଜଣ ଛତ୍ରାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଠାରେ ପିଲାମାନଙ୍କ ଆଖି ଲାଖି ହୋଇ ଯାଇଛି । ଆହତ ଛାତ୍ରମାନେ ହେଉଛନ୍ତି ୪ର୍ଥ ଏବଂ ପଞ୍ଚମ ଶ୍ରେଣୀର ବୋଲି ଜଣାପଡିଛି । ଗତରାତିରେ ଶୋଇଥିବାବେଳେ ଆଉ କିଛି କିଛି ନାବାଳକ ଛାତ୍ର ଏପରି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯିବାରୁ ଚିକିତ୍ସା ପରେ ଏବେ ସେମାନଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି । ଘଟଣାର ତଦନ୍ତ ଚାଲିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button