ପୋଲିସ ଗୁଳିରେ ୮ ମାଓବାଦୀ ନିହତ

ନୂଆଦିଲ୍ଲୀ: ଛତିଶଗଡ଼ ପରେ ଝାଡ଼ଖଣ୍ଡରେ ମାଓ ନିପାତ ଅଭିଯାନ । ପୋଲିସ ଗୁଳିରେ ୮ ମାଓବାଦୀ ନିହତ। ଏପର୍ଯ୍ୟନ୍ତ ୮ ମାଓବାଦୀଙ୍କ ମୃତଦେହ ମିଳିଥିବା ବେଳେ ଅଧିକ ମାଓବାଦୀ ମୃତାହତ ହୋଇଥିବା ଅନୁମାନ କରାଯାଉଛି । ନିହତ ମାଓବାଦୀଙ୍କ ଠାରୁ ଏସଏଲଆର, ଇନସାସ୍ ରାଇଫଲ ଓ ପିସ୍ତଲ ଜବତ ହୋଇଛି ।ଏବେ ବି ଗୁଳି ବିନିମୟ ଜାରି ରହିଛି । ନିହତ ମାଓବାଦୀଙ୍କ ଭିତରୁ ବିବେକ ନାମକ ଜଣେ ମାଓବାଦୀ ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର ରାଶି ଥିଲା । ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ରାଜ୍ୟ ପୋଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ ବେଳେ ସଫଳତା ମିଳିଛି । ଆଜି ସକାଳେ ଲାଲ ପାଣିଆ ଅଧୀନରେ ଥିବା ଲୁଗୁ ହିଲ୍ସ ଅଞ୍ଚଳରେ ଗୁଳି ବିମିମୟ ହୋଇଥିଲା ।