ବର୍ଷକ ଭିତରେ ୭୭ ମାଓବାଦୀ ଓଡ଼ିଶା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି: DGP

ଭୁବନେଶ୍ୱର: ସମୟ ସରିଆସୁଛି । ଡେଡ୍‌ଲାଇନ୍‌ ପୂରଣ ହେବାକୁ ଆଉ ମାତ୍ର ବାକି ଅଛି ୨ ଦିନ । ଯଦି ଏହି ସମୟ ମଧ୍ୟରେ ସରେଣ୍ଡର ନକରନ୍ତି । ତେବେ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବାକୁ ପଡ଼ିବ ବୋଲି କହିଛନ୍ତି ଓଡ଼ିଶା ପୋଲିସ ଡିଜି ଓ୍ୱାଇ.ବି ଖୁରନିଆ । ଡିଜିପି କହିଛନ୍ତି, ଓଡିଶାରୁ ୨୩ ଜଣ ମାଓବାଦୀ ଏଠୁ ଯାଇ ଛତିଶଗଡରେ ଆତ୍ମ ସମର୍ପଣ କରିଛନ୍ତି ।  ୨୭ ଜଣ ମାଓବାଦୀଙ୍କୁ କମ୍ବିଂ ଅପରେସନ ବେଳେ ନିପାତ କରାଯାଇଛି । ଏମାନଙ୍କ ଭିତରୁ ୨୦୨୫ ଜାନୁଆରୀ ୨୫ରେ ୧୭ ଜଣ ନିପାତ ହୋଇଥିଲେ ।  ନୂଆପଡା-ଗରିଆବନ୍ଧ ସୀମାନ୍ତ ଅପରେସନରେ ୧୭ ଜଣଙ୍କୁ ନିପାତ କରାଯାଇଥିଲା । ଓଡିଶାରେ ଏବେ ମାଓବାଦୀଙ୍କ ସଂଖ୍ୟା ସିଙ୍ଗଲ ଡିଜିଟକୁ ଖସି ଆସିଛି ।  ଡିଜିପି କହିଛନ୍ତି, ଗୋଟିଏ ଛୋଟ ଗ୍ରୁପକନ୍ଧମାଳ-ରାୟଗଡା-କଳାହାଣ୍ଡିରେ କାମ କରୁଛନ୍ତି । ସେମାନଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ୍ କରାଯାଉଛି, ନଚେତ୍ ସୁରକ୍ଷାକର୍ମୀଙ୍କ ସାମ୍ନା କରିବେ । ଏହା ସହିତ ଡିଜିପି ଏସଓଜି, ଡିଭିଏଫ, ସିଆରପିଏଫ, ବିଏସଏଫଙ୍କ ସମ୍ମିଳିତ ପ୍ରୟାସରୁ ସଫଳତା ମିଳିଥିବା କହିଛନ୍ତି । ଓଡିଶାକୁ ସଂପୂର୍ଣ୍ଣ ମାଓ ମୁକ୍ତ ଘୋଷଣା ନ ହେବା ପର୍ଯ୍ୟନ୍ତ ମାଓ ବିରୋଧୀ ଅପରସନ ଜାରି ରହିବ ବୋଲି ପୋଲିସ ମହାନିର୍ଦ୍ଦେଶ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button