ଶେଷ ପର୍ୟ୍ୟାୟରେ ୭୦ .୬୭ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ସରିଛି ଶେଷ ପର୍ୟ୍ୟାୟ ଭୋଟିଂ । ତେବେ ଶେଷ ପର୍ୟ୍ୟାୟରେ ରାଜ୍ୟରେ ଭଲ ପ୍ରତିଶତ ମତଦାନ ହୋଇଥିବା ସିଇଓଙ୍କ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ, ରାଜ୍ୟରେ ଶେଷ ପର୍ୟ୍ୟାୟରେ ୭୦.୬୭ ପ୍ରତିଶତ ମତଦାନ ହୋଇଛି । ମୟୂରଭଞ୍ଜରେ ସର୍ବାଧିକ ୭୩.୮୧% ମତଦାନ ହୋଇଛି । ସେହିପରି ଯାଜପୁରରେ ୬୭.୯୧% , କେନ୍ଦ୍ରାପଡାରେ ୬୮.୬୪ ପ୍ରତିଶତ, ଜଗତସିଂପୁରରେ ୭୩.୦୬%, ବାଲେଶ୍ୱରରେ ୭୦.୪୧%, ଭଦ୍ରକରେ ୭୦.୩୪% ମତଦାନ ହୋଇଛି । ପ୍ରତ୍ୟେକ ବୁଥ୍‌ରେ ଯେପରି ଶାନ୍ତିଶୃଙ୍ଖଳାର ସହ ମତଦାନ ହେବ ସେଥିପାଇଁ ୫୮% ବୁଥ୍‌ ବା ୬୨୭୯ଟି ବୁଥ୍‌ରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଥିଲା। କେତେକ ବୁଥ୍‌ରେ ଅଫଲାଇନ୍‌ରେ ସିସିଟିଭ ମାଧ୍ୟମରେ ନଜର ରଖାଯାଇଥିଲା। ନିର୍ବାଚନ ପାଇଁ ସଖି ବୁଥ୍‌, ସଂପୂର୍ଣ୍ଣ ଯୁବ କର୍ମଚାରୀ ପରିଚାଳିତ ବୁଥ୍‌, ସଂପୂର୍ଣ୍ଣ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍‌ରେ ମତଦାତାଙ୍କୁ ଭିନ୍ନ ଉପାୟରେ ସ୍ବାଗତ କରାଯାଇଥିଲା। ସମସ୍ତ ବୁଥ୍‌ରେ ପାନୀୟ ଜଳ, ସେଲ୍ଫି ଷ୍ଟାଣ୍ଡ ଓ ଛାଇ ବ୍ୟବସ୍ଥା କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button