୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବନିମ୍ନ ହାରାହାରି ଅଧିସୂଚୀତ ବେତନ ହାର ୭% ବୃଦ୍ଧି

ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହା ଲକ୍ଷ୍ୟ କରାଯାଇଛି କିଛି ଗଣମାଧ୍ୟମ କହିଛନ୍ତି ଯେ “ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ମନରେଗା ଅଧୀନରେ ଗ୍ରାମୀଣ ନିଯୁକ୍ତି ୧୬% ହ୍ରାସ ପାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ୨୦୦୫ (ମହାତ୍ମା ଗାନ୍ଧୀ ନରେଗା)ର ଉଦ୍ଦେଶ୍ୟ ହେଉଛି ଦେଶର ଗ୍ରାମାଞ୍ଚଳରେ ଥିବା ପରିବାରଗୁଡ଼ିକର ଜୀବିକା ସୁରକ୍ଷା ବୃଦ୍ଧି କରିବା, ଯେଉଁ ପରିବାରର ବୟସ୍କ ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବେ ଅଣକୁଶଳୀ ମାନୁଆଲ କାମ କରିବାକୁ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରନ୍ତି ସେମାନଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ଅତି କମରେ ଶହେ ଦିନର ନିଶ୍ଚିତ ମଜୁରୀ ନିଯୁକ୍ତି ପ୍ରଦାନ କରିବା। ଉଲ୍ଲେଖଯୋଗ୍ୟ, ୨୦୦୬-୦୭ ଆର୍ଥିକ ବର୍ଷରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୧୬୬୦ କୋଟି ଥିବା ବେଳେ ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୨୯୨୩ କୋଟି ରହିଛି। ଯେହେତୁ ମନରେଗା ଏକ ଚାହିଦା ଭିତ୍ତିକ ଯୋଜନା ଏବଂ ବର୍ତ୍ତମାନର ଆର୍ଥିକ ବର୍ଷ ଏବେ ବି ଜାରି ରହିଛି, ତେଣୁ ବ୍ୟକ୍ତି ଦିବସ ଉତ୍ପାଦନର ସଠିକ ଲକ୍ଷ୍ୟ ଧାର୍ଯ୍ୟ କରିବା ସମ୍ଭବ ନୁହେଁ। ତେବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଶ୍ରମ ବଜେଟ୍ ସଂଶୋଧନ ପାଇଁ ପ୍ରସ୍ତାବ ପଠାଇପାରିବେ।

Related Articles

Leave a Reply

Your email address will not be published.

Back to top button