ଚଳିତ ବର୍ଷ ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶନିବାର ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଲୋୟର ପିଏମ୍ଜିରୁ ରାମ ମନ୍ଦିର ଯାଏ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି। ଓଡ଼ିଶା ଯାତ୍ରୀ ଆପ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ ପାଳନ ନେଇ ମୁଖ୍ୟମନ୍ତ୍ରୀ ସଚେତନ କରିଛନ୍ତି। ଟ୍ରାଫିକ ସମସ୍ୟା ପାଇଁ ୨ ହଜାର ଟ୍ରାଫିକ କର୍ମଚାରୀ ପୋଷ୍ଟ ବାହାରିବ। ଚଳିତ ବର୍ଷ ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ସଡ଼କ ସୁରକ୍ଷା ମାସର ବାର୍ତ୍ତା ହେଉଛି ସୁରକ୍ଷିତ ଘରକୁ ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଟ୍ରାଫିକ ନିୟମ ପାଳନ ସହ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ବାର୍ତ୍ତା ଦିଆଯାଇଛି। ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମେୟର ସୁଲୋଚନା ଦାସ ବିଧାୟକ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ବାବୁ ସିଂ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିସହ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।