କଂଗ୍ରେସରେ ଯୋଗଦେଲେ ଓଡିଶାର ୪ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ୪ ଜଣ ବରିଷ୍ଠ ପୂର୍ବତନ ପ୍ରଶାସନିକ ଅଧିକାରୀ ଦଳରେ ଯୋଗଦେଇଛନ୍ତି। ସେମାନେ ହେଲେ ଏମ୍‌ଏସ୍‌ଏମ୍‌ଇ ର ପୂର୍ବତନ ସଚିବ ପଞ୍ଚାନନ ଦାସ, ଷ୍ଟିଲ୍ ଓ ମାଇନ୍‌ସର ସ୍ୱତନ୍ତ୍ର ସଚିବ, ବିଶ୍ୱନାଥ ଆଚାର୍ଯ୍ୟ, ଅବସରପ୍ରାପ୍ତ ବି.ଡ଼ି.ଏ. ସଚିବ ଏବଂ ରାଜ୍ୟ ଘରୋଇ ବିଭାଗ (ପ୍ରୋଟକଲ) ସ୍ୱତନ୍ତ୍ର ସଚିବ ରବୀନ୍ଦ୍ର ନାଥ ମିଶ୍ର, ଅବସର ପ୍ରାପ୍ତ ଓ.ଏ.ଏସ୍‌., ଶ୍ରୀ ଉଦ୍ଧବ କର କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି କଂଗ୍ରେସ ଦଳରେ ଆନୁଷ୍ଠାନକ ଭାବେ ସାମିଲ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଭୂଜବଳ ମାଝି, ଡଃ ଲଲାଟେନ୍ଦୁ ମହାପାତ୍ର, ମାନସ ଚୌଧୂୁରୀ, ସୁଦର୍ଶନ ଦାସ, ତରୁଣ ମିଶ୍ର, ଅଶୋକ ଦାସ, ମନୋରଞ୍ଜନ ଦାସ, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ମୋତିଲାଲ ଦାସ, ନରୋତମ ନାୟକ, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଦୀପକ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଭାତ ପ୍ରତାପ ବଳିଆର ସିଂ, ପ୍ରମୁଖ ଅଂଶ୍ର ଗ୍ରହଣ କରିଥିଲେ ।

Related Articles

Leave a Reply

Your email address will not be published.

Back to top button