କୋଲାବ ଜଳଭଣ୍ଡାରରେ ଡଙ୍ଗାବୁଡ଼ି ୪ ନିଖୋଜ

ଭୁବନେଶ୍ବର: କୋରାପୁଟ ଜିଲ୍ଲା କୋଲାବ ଜଳଭଣ୍ଡାରର ସେମିଳିଗୁଡା ବ୍ଲକ ପୋଡ଼ଗଡ଼ ଘାଟରେ ଆଜି ଏକ ଦେଶୀଡଙ୍ଗା ଭାରସାମ୍ୟ ହରାଇ ବୁଡ଼ି ଯିବାରୁ ୪ ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ୮ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ୩ ଜଣ ମହିଳା ଓ ଜଣେ ଶିଶୁ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚଳାଇଛି । ନିଖୋଜମାନେ ହେଲେ ସାବିତ୍ରୀ କିରସାନି (୧୮), ରାମା କିରସାନି (୧୮), ବବିତା ହେନ୍ତାଳ ଓ ଜଣେ ଶିଶୁ । ଏମାନେ ସମସ୍ତେ ମୁଖିବିଦେଇ ଗାଁର ବାସିନ୍ଦା । ସମସ୍ତେ ଯାତ୍ରା ଦେଖିବାକୁ ଯାଇଥିଲେ ।

Related Articles

Leave a Reply

Your email address will not be published.

Back to top button