୧୭ ମାସରେ ୩୭,୯୧୬ ନିଯୁକ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେପି ସରକାରରେ ୧୭ ମାସରେ ୩୭,୯୧୬ ଜଣଙ୍କୁ ମିଳିଛି ନିଯୁକ୍ତି । ଏନେଇ ନିଯୁକ୍ତି ମେଳାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତ୍ରୟୋଦଶ ନିଯୁକ୍ତି ମେଳାରେ ୩ ବିଭାଗରେ ୫୯୧ ଜଣଙ୍କୁ ନିଯୁକ୍ତି ମିଳିଛି । ୫ ବର୍ଷରେ ଦେଢ ଲକ୍ଷ ସରକାରୀ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ । ନିଯୁକ୍ତି ବୃଦ୍ଧି ପାଇଁ ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ଦେବା ପାଇଁ ଟାର୍ଗେଟ ରଖାଯାଇଛି । ଏହା ସହ ପୂର୍ବ ସରକାରକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରରେ ନିୟମିତ ନିଯୁକ୍ତି ଦିଆଯାଉ ନଥିଲା । ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା, ପୂରଣ କରାଯାଉ ନଥିଲା । କେତେକଙ୍କୁ ଠିକା କର୍ମଚାରୀ ଭାବେ ରଖି କାମ ଚଳାଇ ନେଉଥିଲେ । ନିୟମିତ କର୍ମଚାରୀ ନ ଥିବାରୁ ବଜେଟ୍ ଖର୍ଚ୍ଚ ହୋଇ ପାରୁ ନ ଥିଲା । ଆଉଟସୋର୍ସିଂ କର୍ମଚାରୀ ରହିଲେ ତଥ୍ୟ ବାହାରକୁ ଯିବା ଆଶଙ୍କା ରହୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button