ପୁରୀରୁ ହାଓଡା ମଧ୍ୟରେ ଚାଲିବ ୩ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ବାହାନଗା ଟ୍ରେନ୍ଦୁର୍ଘଟଣା ପରେ ଉଭୟ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ ୨୮ ଟ୍ରେନ୍ବାତିଲ କରାଯାଇଥିବାବେଳେ ବହୁ ଟ୍ରେନର ଗତପଥ ପରିବର୍ତ୍ତନ କରାଯାଇଛିତେଣୁ ଉଭୟ ରେଳପଥର ସମନ୍ବୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିଛିଏବେ ବିଶେଷକରି ପୁରୀରୁ ହାଓଡ଼ା ମଧ୍ୟରେ ବିଭିନ୍ନ ଷ୍ଟେଶନରେ ଯାତ୍ରୀମାନେ ଅଟକି ରହିଛନ୍ତିତେଣୁ ଏହି ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ପୂର୍ବତଟ ରେଳପଥ ହାଓଡାକୁ ୩ଟି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି୦୨୮୦୧ ପୁରୀହାଓଡ଼ା ସ୍ପେଶାଲ ଟ୍ରେନ, ଯାହା ପୁରୀରୁ ରାତି ୭ଟାରେ ଛାଡି ଯାଜପୁରକେନ୍ଦୁଝରରୋଡ୍‌-ଡାଙ୍ଗପୋଷିଖଡଗପୁର ମାର୍ଗ ଦେଇ ଚାଲିବଏହି ଟ୍ରେନଟି ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଯଖପୁର, ହରିଚନ୍ଦନପୁର, ଡୋଙ୍ଗୋପୋସି, ଟାଟା ଓ ଖଡ଼ଗପୁର ଦେଇ ହାଓଡାକୁ ଯିବଏହି ଟ୍ରେନରେ ୨ ସ୍ଲିପର କ୍ଲାସ, ୬ଟି ଦ୍ୱିତୀୟ ଶ୍ରେଣୀ ଚେୟାର କାର୍ଏବଂ ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ସଂଯୋଗ କରାଯାଇଛିଦ୍ୱିତୀୟ ଟ୍ରେନଟି ରାତି ୯ଟାରେ ପୁରୀ ଷ୍ଟେଶନରୁ ହାଓଡ଼ା ଅଭିମୁଖେ ବାହାରିବଏହା ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର ସହର, ଝାରସୁଗୁଡ଼ା, ରାଉରକେଲା, ଚକ୍ରଧରପୁର, ଟାଟା, ଖଡ଼ଗପୁର ଦେଇ ହାଓଡାରେ ପହଞ୍ଚିବ। ଏଥିରେ ୧୧ଟି ଦ୍ୱିତୀୟ ଶ୍ରେଣୀ, ଦୁଇଟି ଏସି ଚେୟାର କାର୍ଓ ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ରହିଛିସେହିପରି ତୃତୀୟ ଟ୍ରେନଟି ପୁରୀ ଷ୍ଟେଶନରୁ ରାତି ୧୦ଟାରେ ଯାତ୍ରାରମ୍ଭ କରିବଏହା ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, ଡାଙ୍ଗପୋଷି, ଟାଟା ଓ ଖଡ଼ଗପୁର ହୋଇ ହାଓଡାରେ ପହଞ୍ଚିବ। 

Related Articles

Leave a Reply

Your email address will not be published.

Back to top button