ବାତ୍ୟା ‘ମୋନ୍ଥା’ର ମୁକାବିଲା ଲାଗି ଆନ୍ଧ୍ରପ୍ରଦେଶ ଗଲେ କଟକରୁ ୩ଟି ଏନଡିଆରଏଫ ଦଳ

ଭୁବନେଶ୍ଵର: ବଙ୍ଗୋପସାଗରରେ ଆସନ୍ନ ଭୀଷଣ ବାତ୍ୟା ‘ମୋନ୍ଥା’ର ମୁକାବିଲା ଲାଗି କଟକରୁ ୩ଟି ଏନଡିଆରଏଫ ଦଳ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଛି। କଟକ ମୁଣ୍ଡଳି ତୃତୀୟ ବାଟାଲିୟନରୁ ଏହି ଦଳକୁ ପଠାଯାଇଛି। ପ୍ରତ୍ୟେକ ଦଳରେ ୩୫ଜଣ ଯବାନ ଜରୁରି ଉଦ୍ଧାର ସାମଗ୍ରୀ ସହିତ ଆସନ୍ନ ବାତ୍ୟା ସ୍ଥଳଭାଗ ଛୁଇଁବା ସ୍ଥାନରେ ମୁତୟନ ରହିବେ। ବାତ୍ୟା ମାଡ଼ ହେବା ପରେ ଏନଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟ ସହିତ ରାସ୍ତା ସଫା ଏବଂ ଗଛ କାଟିବା କାମ କରିବେ ବୋଲି ଏନଡିଆରଏଫର ଅଧିକାରୀ ଧନଞ୍ଜୟ କୁମାର କହିଛନ୍ତି। ତୀର୍ଥବାସୀ ସାହୁଙ୍କ ନେତୃତ୍ବରେ ଏହି ଦଳରେ ବହୁ ଦକ୍ଷ ଯବାନ ଅଛନ୍ତି । ସେମାନେ ଆଜି ସ୍ବତନ୍ତ୍ର ବସ୍ରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଭିମୁଖେ ଯାତ୍ରା କରିଛନ୍ତି।



