ବଦଳିଲେ ୩ ରାଜ୍ୟର ବିଜେପି ନିର୍ବାଚନ ପ୍ରଭାରୀ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ ପଦକ୍ଷେପ ନେଇଛି। ପାର୍ଟି ହାଇକମାଣ୍ଡ ଗୁରୁବାର ରାଜସ୍ଥାନ, ହରିୟାଣା ଏବଂ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଭାରୀ ପରିବର୍ତ୍ତନ କରିଛନ୍ତି । ପ୍ରଥମ ପର୍ୟ୍ୟାୟ ମତଦାନର ଏକ ମାସ ପୂର୍ବରୁ ନିଆଯାଇଥିବା ଦଳର ଏହି ନିଷ୍ପତ୍ତି ଆଶ୍ଚର୍ୟ୍ୟଜନକ। ସୂଚନାଯୋଗ୍ୟ, ପ୍ରଥମ ପର୍ୟ୍ୟାୟ ଭୋଟ ଏପ୍ରିଲ ୧୯ରେ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ହରିୟାଣାରେ ବିଜେପି ବିପ୍ଳବ କୁମାର ଦେବଙ୍କୁ ଚଳିତ ବର୍ଷ ଲୋକ ସଭା ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଥିଲା। ବିପ୍ଳବ କୁମାର ଭାରତୀୟ ଜନତା ଦଳର ଜଣେ ରାଜ୍ୟ ସଭା ସଦସ୍ୟ। ଦଳ ତାଙ୍କ ସ୍ଥାନରେ ସତୀଶ ପୁନିଆଙ୍କୁ ଦାୟିତ୍ୱରେ ରଖିଛି। ତାଙ୍କ ସହ ସୁରେନ୍ଦ୍ର ସିଂ ନାଗରଙ୍କୁ ସହ-ପ୍ରଭାରୀ କରାଯାଇଛି। ରାଜସ୍ଥାନରେ ବିଜେପି ବର୍ତ୍ତମାନର ଦାୟିତ୍ୱରେ ଥିବା ପ୍ରହ୍ଲାଦ ଯୋଶୀଙ୍କୁ ହଟାଇ ତାଙ୍କ ସ୍ଥାନରେ ବରିଷ୍ଠ ନେତା ବିନୟ ସହସ୍ରାବୁଦ୍ଧେଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ସେହିପରି ବିଜୟ ରହାଟକର ଏବଂ ପ୍ରବେଶ ବର୍ମାଙ୍କୁ ରାଜସ୍ଥାନର ସହ-ପ୍ରଭାରୀ ନିଯୁକ୍ତ ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button