୨୪ରୁ ରାଜଧାନୀରେ ପଥୋତ୍ସବ

ଭୁବନେଶ୍ବର: ଆସନ୍ତା ୨୪ ତାରିଖରୁ ଭୁବନେଶ୍ବରରେ ପାଳିତ ହେବ ପଥୋତ୍ସବ । ବିଗତ ବର୍ଷମାନଙ୍କୁ ଦୃଷ୍ଟିରେ ରଖି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ୨୪ ତାରିଖ ରବିବାର ଦିନ ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ଯାଏଁ ଅନୁଷ୍ଠିତ ହେବ ପଥୋତ୍ସବ । ମାଷ୍ଟରକ୍ୟାଣ୍ଟିନ ଛକରେ ମୁଖ୍ୟ ମଞ୍ଚ ରହିବ ଓ ରାମ ମନ୍ଦିର ନିକଟରେ ଦ୍ବିତୀୟ ମଞ୍ଚ ନିର୍ମାଣ କରାଯିବ । ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟିଂ, ଜୁମ୍ବା ଆଦି ବିଭିନ୍ନ କାର୍ୟ୍ୟକ୍ରମ କରାଯିବ । ପଥୋତ୍ସବକୁ ପରିଚାଳନା କରିବାକୁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ସକାଳ ୬ଟା ୩୦ରୁ ୯ଟା ୩୦ ପର୍ୟ୍ୟନ୍ତ ଚାଲିବ କାର୍ୟ୍ୟକ୍ରମ । ଏଥିରେ ଅଂଶଗ୍ରହଣ କରିବାକୁ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏଏସଏଚଜି ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି । ଚଳିତବର୍ଷ ୩ଟି ଜୋନରେ ପଥୋତ୍ସବ ଅନୁଷ୍ଠିତ ହେବ । ଡିସେମ୍ବର ୨୪ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ଜୋନ, ଜାନୁଆରୀ ୭ ଏବଂ ୨୧ରେ ଅନ୍ୟ ଦୁଇଟି ଜୋନରେ ଅନୁଷ୍ଠିତ ହେବ ।

Related Articles

Leave a Reply

Your email address will not be published.

Back to top button