ଲୋକାର୍ପିତ ହେଲା ୨୦ ‘ଆମ ବସ୍‌ଷ୍ଟାଣ୍ଡ’

ଭୁବନେଶ୍ବର: ଆରମ୍ଭ ହେଲା ଆମ ବସଷ୍ଟାଣ୍ଡ ଯୋଜନା । ଲୋକାର୍ପିତ ହେଲା ଆମ ବସଷ୍ଟାଣ୍ଡ । ୧୩ ଜିଲ୍ଲାରେ ୨୦ଟି ଆମ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଆଧୁନିକ ଓ ସ୍ମାର୍ଟ ବସଷ୍ଟାଣ୍ଡ ରୂପେ ଏହି ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଏ ସମସ୍ତ ବସଷ୍ଟାଣ୍ଡ ଦ୍ବାରା କୋଟିଏରୁ ଅଧିକ ଲୋକ ଉପକୃତ ହେବେ । ଏହି ବସ୍‌ଷ୍ଟାଣ୍ଡରେ ଉନ୍ନତମାନର ପରିବହନ ସେବା ମିଳିବ । ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାକୁ ଆମ ବସଷ୍ଟାଣ୍ଡ ଯୋଜନାର ପରିକଳ୍ପନା କରାଯାଇଥିଲା । ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆମ ବସଷ୍ଟାଣ୍ଡର ଉଦଘାଟନ ସରିଛି । ପ୍ରଥମ ପର୍ୟ୍ୟାୟରେ ୫୫ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ଯେଉଁ ମଧ୍ୟରୁ ୨୩ଟି ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଏବେ ଆଉ ୨୦ଟି ବସଷ୍ଟାଣ୍ଡର ଲୋକାର୍ପଣ ହେଉଛି ।

Related Articles

Leave a Reply

Your email address will not be published.

Back to top button