ଇଣ୍ଡିଆନ୍ ପ୍ରିମିୟର ଲିଗର ନିଲାମରେ ୨ଜଣ ଓଡ଼ିଆ କ୍ରିକେଟର

ଭୁବନେଶ୍ବର: ଇଣ୍ଡିଆନ୍ ପ୍ରିମିୟର ଲିଗର ନିଲାମରେ ୨ଜଣ ଓଡ଼ିଆ କ୍ରିକେଟର ସାମିଲ ହୋଇଛନ୍ତି । ଦୁଇ ଓଡ଼ିଆ ଖେଳାଳି ହେଉଛନ୍ତି ରାଜେଶ ମହାନ୍ତି ଏବଂ ସ୍ୱସ୍ତିକ ସାମଲ । ୨୦୨୬ ଆଇପିଏଲ୍‌ର ମିନି ଅକ୍ସନ ଆଜି ଆବୁଧାବିରେ ଅନୁଷ୍ଠିତ ହେବ । ଚଳିତ ଥର ୧୦ଟି ଯାକ ଫ୍ରାଞ୍ଚାଇଜ ଖାଲି ପଡ଼ିଥିବା ମୋଟ୍ ୭୭ଟି ସ୍ଥାନ ପାଇଁ ମୋଟ୍ ୩୫୦ ଜଣ ଖେଳାଳିଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ୨୪୪ ଜଣ ଭାରତୀୟ ଓ ୧୧୫ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି । ସମସ୍ତ ଫ୍ରାଞ୍ଚାଇଜଙ୍କ ନିକଟରେ ୭୭ଟି ସ୍ଥାନ ଖାଲି ରହିଛି । ଏଥିରେ ରହିଛି ବିଦେଶୀ ଖେଳାଳିଙ୍କ ପାଇଁ ୩୧ଟି ସ୍ଥାନ । ପ୍ରଥମେ କେବଳ ୩୫୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୯ ଜଣଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ ଦୁଇ ଖେଳାଳୀଙ୍କୁ ସାମିଲ କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ୨ଟି ବଡ଼ ଡିଲ୍ କରିଛି । ସେମାନେ ଲକ୍ଷ୍ନୌ ସୁପର ଜିଆଣ୍ଟସରୁ ଶାର୍ଦ୍ଦୁଲ ଠାକୁରଙ୍କୁ ୨ କୋଟି ଟଙ୍କାରେ ଏବଂ ଗୁଜରାଟ ଟାଇଟାନ୍ସରୁ ଶେରଫେନ ରଦରଫୋର୍ଡଙ୍କୁ ୨.୬୦ କୋଟି ଟଙ୍କାରେ କିଣିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button