ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଯାଇଛି ଯୁକ୍ତ ଦୁଇ ପରୀକ୍ଷା। ଏଥର ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ମାତୃଭାଷା ପରୀକ୍ଷା ହୋଇଛି। ଆସନ୍ତା ମାର୍ଚ୍ଚ ୨୦ ଯାଏଁ ପରୀକ୍ଷା ଚାଲିବ। ପ୍ରତିଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ। ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ହବରେ ପହଞ୍ଚି ସାରିଛି। ଏଥର ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି ଏବଂ ପ୍ରଶ୍ନ ପତ୍ର ବିଭ୍ରାଟ ହେବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପରୀକ୍ଷା ନିୟନ୍ତ୍ରକ। ପରୀକ୍ଷା ସକାଳ ୧୦ଟାରେ ଆରମ୍ଭ ହେବାକୁ ଥିବା ବେଳେ, ୩୦ ମିନିଟ ପୂର୍ବରୁ ସେଣ୍ଟରରେ ଏବଂ ୧୫ ମିନିଟ ପୂର୍ବରୁ ହଲରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି ଏବଂ ମାଧ୍ୟମିକ ଶିକ୍ଷା ପରିଷଦରେ ଏହାର ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି। ପରୀକ୍ଷା ଲାଗି ଭିନ୍ନକ୍ଷମମାନଙ୍କୁ ଅଧିକ ଘଣ୍ଟାଏ ସମୟ ମିଳିବ।

Related Articles

Leave a Reply

Your email address will not be published.

Back to top button