ମେ’ ୧୫ ସୁଦ୍ଧା ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଭୁବନେଶ୍ୱର: ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ । ସିଏଚଏସଇ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ୨୦ରେ ପରୀକ୍ଷା ସରୁଛି । ତେଣୁ ପରୀକ୍ଷା ସରିବାର ୨ ଦିନ ଭିତରେ ଖାତା ଦେଖା ଆରମ୍ଭ ହେବ । ଅଥାର୍ତ ମାର୍ଚ୍ଚ ୨୨ରୁ ଖାତା ଦେଖା ଆରମ୍ଭ ହେବ । ମୋଟ ୧୫ ହଜାର ପରୀକ୍ଷକ ଖାତା ଦେଖିବାକୁ ନିୟୋଜିତ କରାଯିବ । ୨ଟି ପର୍ୟ୍ୟାୟରେ ଖାତା ଦେଖା ହେବ । ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ଏବଂ ଏପ୍ରିଲ ୪ରୁ ଏପ୍ରିଲ ୧୫ ଯାଏଁ ଖାତା ଦେଖା ହେବ । ଏହାପରେ ମେ’ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ଅଶୋକ କୁମାର ନାୟକ ।

Related Articles

Leave a Reply

Your email address will not be published.

Back to top button