ସାତକୋଶିଆ ପାଇଁ ୧୨ ପାଟ୍ରୋଲିଂ ଭ୍ୟାନ

ଭୁବନେଶ୍ୱର: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଛି ୧୨ଟି ପାଟ୍ରୋଲିଂ ଭ୍ୟାନ । ବାଲୁଖଣ୍ଡ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ ପାଟ୍ରୋଲିଂ ଭ୍ୟାନ ପ୍ରଦାନ କରାଯାଇଛି । ଏହି ପାଟ୍ରୋଲିଂ ଭ୍ୟାନ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବ୍ୟବହାର କରାଯିବ । ଉକ୍ତ ଭ୍ୟାନରେ ଜିପିଏସ ନାଭିଗେସନ ସହ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିବାର ବ୍ୟବସ୍ଥା ରହିଛି ।  ବାଘଶୂନ୍ୟ ହୋଇପଡ଼ିଥିବା ସାତକୋଶିଆ ଅଭୟାରଣ୍ୟରେ ଖୁବ୍‌ ଶୀଘ୍ର ବିଚରଣ କରିବେ ମହାବଳ ବାଘ । ଖୁବ୍‌ ଶୀଘ୍ର ସାତକୋଶିଆକୁ ଆସିବେ ୧୨ରୁ ୧୪ ମହାବଳ ବାଘ । ଏହାକୁ ୫ ବର୍ଷ ଭିତରେ କାର୍ୟ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ। ୨୦୦୭ ମସିହାରେ ସାତକୋଶିଆରେ ୧୩ରୁ ୧୫ ବାଘ ଥିବା ବେଳେ ଏବେ ଏହା ବାଘ ଶୂନ୍ୟ ହୋଇଯାଇଛି । ତେଣୁ ଟାଇଗର ରିକଭରି ପ୍ଲାନ ଅନୁଯାୟୀ ବାଘ ଆଣିବାକୁ ଯୋଜନା ଅଛି ବୋଲି କହିଛନ୍ତି ପିସିସିଏଫ ।

Related Articles

Leave a Reply

Your email address will not be published.

Back to top button