ପୀତବାସ ହତ୍ୟାକାଣ୍ଡ ମାମଲାରେ ୧୨ ଗିରଫ

ଭୁବନେଶ୍ବର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲରେ ବ୍ରହ୍ମପୁର ଏସପି ବଡ ଖୁଲାସା କରିଛନ୍ତି । ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଗିରଫ । କର୍ପୋରେଟର ମଳୟ ବିଷୋୟୀ ବି ଗିରଫ ହୋଇଛନ୍ତି । ବିକ୍ରମଙ୍କ ନିକଟତମ ସହେଯାଗୀ ମଦନ ଦଳେଇ ଗିରଫ ହୋଇଛନ୍ତି । କୁରୁପତି ଭୂୟାଁ , ସୁଦର୍ଶନ ଜେନା , ଚିଣ୍ଟୁ ପ୍ରଧାନ, ଶିଶୁ କୁମାର ପାସୱାନ, କୁନ୍ଦନ କୁମାର , ବିପିନ ସ୍ୱାଇଁ, ଯୋଗୀ ଦତ୍ତ, ଉମା ବିଷୋୟୀ, ଶିମାଞ୍ଚଳ ନାହାକ , ଯୋଗେନ୍ଦ୍ର ରାଉତ , ରାଜେନ୍ଦ୍ର କୁମାର ସାହୁ ଗିରଫ ହୋଇଛନ୍ତି । ୧୫ ଜଣଙ୍କ ସମ୍ପୃକ୍ତି ରହିଛି । ୧୨ ଜଣଙ୍କୁ ଗିରଫ କରାଯାଇଛି ୩ ଜଣ ରାଜ୍ୟ ବାହାରକୁ ଖସି ପଳାଇଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା । ଚିଣ୍ଟୁ ପ୍ରଧାନ ଗାଡି ଚଳାଇଥିଲେ , କୁରୁପତି ଭୂୟାଁ ଗୁଳି ଚଳାଇଥିଲେ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲରେ ବ୍ରହ୍ମପୁର ଏସପି ବଡ ଖୁଲାସା କରିଛନ୍ତି । ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା । ଚିଣ୍ଟୁ ପ୍ରଧାନ ଗାଡି ଚଳାଇଥିଲେ । , କୁରୁପତି ଭୂୟାଁ ଗୁଳି ଚଳାଇଥିଲେ। ନୂଆ ସାର୍ଟପ୍ୟାଣ୍ଟ ପିନ୍ଧି ହତ୍ୟା କରିଥିଲେ ହତ୍ୟାକାରୀ । ପୂର୍ବରୁ ୩ ଥର ମାରିବାକୁ ହୋଇଥିଲା ଉଦ୍ୟମ । ସମସ୍ତ ବ୍ୟକ୍ତି ବିକ୍ରମ ପଣ୍ଡାଙ୍କ ସହେଯାଗୀ ବୋଲି କୁହାଯାଉଛି । ବାର କାଉନସିଲ ନିର୍ବାଚନରୁ ବନ୍ଧୁ ହୋଇଥିଲା ବଇରୀ। ଆଜି ସକାଳେ ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର କୋର୍ଟକୁ ଭ୍ୟାନରେ ଆଣିଥିଲା ପୋଲିସ । ଘନ ଘନ ଜେରା ମଧ୍ୟ କରୁଥିଲେ । ଜେରା ପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି । କୋର୍ଟରେ ହାଜର କରାଯାଇଛି । କୋର୍ଟ କଣ ନିଷ୍ପତ୍ତି ନେଉଛନ୍ତି ତାପରେ ନଜର ରଖାଯାଇଛି ।