୯ରେ ସୁପ୍ରିମକୋର୍ଟରେ କୋଟିଆ ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ମାସ ୯ ତାରିଖରେ ସୁପ୍ରିମକୋର୍ଟ କୋଟିଆ ପ୍ରସଙ୍ଗରେ ଶୁଣାଣି କରିବେ । ଏହା ପୂର୍ବରୁ ଗତ ଶନିବାର ଦିନ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦ ପୃଷ୍ଠାର ଜବାବୀ ସତ୍ୟପାଠ ଦାଖଲ କରାଯାଇଛି । ସୂଚନା ଅନୁସାରେ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହିତ ବିଚାର ବିମର୍ଶ କରାଯିବା ପରେ ଓଡ଼ିଶା ପକ୍ଷରୁ ଆନ୍ଧ୍ର ଦାଖଲ କରିଥିବା ଜବାବରେ ପ୍ରତିଜବାବ ଦାଖଲ କରାଯାଇଛି । ପ୍ରତି ଜବାବରେ ୩୧ଟି ନଥିପତ୍ର ରହିଛି । ଯାହାକି ମାମଲାର ବିଚାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ନିଜର ପକ୍ଷକୁ ଦୃଢ଼ କରିବା ପାଇଁ ତଥା ଆନ୍ଧ୍ରର ଜବାବ ଗୁଡ଼ିକକୁ ଭିତ୍ତିହୀନ ବୋଲି ଦର୍ଶାଇବା ପାଇଁ ଜନଗଣନା ରିପୋର୍ଟ ଭୋଟର ତାଲିକା ତଥା ଚିଠି ପତ୍ରର ନକଲ ଏଥିରେ ସଂଲଗ୍ନ କରାଯାଇଛି । ଏହି ସବୁ କାଗଜପତ୍ର କୋଟିଆକୁ ଓଡ଼ିଶାର ବୋଲି ପ୍ରମାଣ କରିବାରେ ସହାୟକ ବୋଲି ଓଡ଼ିଶାର ଲିଗାଲ ଟିମ୍ ଆଶା ବାନ୍ଧିଛନ୍ତି । ଏହା ବାଦ ମାମଲାରେ ବଳିଷ୍ଠ ଉପସ୍ଥାପନ ପାଇଁ ଓଡ଼ିଶାର ଲିଗାଲ ଟିମ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଆବଶ୍ୟକ ହେଳେ ଶୁଣାଣି ସମୟରେ ଆଉ କିଛି ଦସ୍ତାବିଜ ଦାଖଲ କରାଯିବାର ମଧ୍ୟ ସମ୍ଭାବନା ରହିଛି ।

Related Articles

Leave a Reply

Your email address will not be published.

Back to top button