୫ ରାଜ୍ୟର ଲୋକଙ୍କୁ ପୁରୀ ମନା

ଭୁବନେଶ୍ୱର : ସମ୍ପ୍ରତି ଦେଶରେ ହୁହୁ ହୋଇ କରୋନା ବଢ଼ିଚାଲିଛି  କରୋନା କାୟା ବିସ୍ତାର କରୁଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ପୁରୀକୁ ୫ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ କଟକଣା ଲାଗୁ କରାଯାଇଛି  ସମୀକ୍ଷା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା  ଜିଲ୍ଲାପାଳ କହିଛନ୍ତିଯେ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, କେରଳ ଓ ପଞ୍ଜାବରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଟକଣା ଲାଗୁ କରାଯାଇଛି  ସେହିସବୁ ରାଜ୍ୟରେ କରୋନା ବୃଦ୍ଧି ପାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି  ଏହି ସବୁ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି  ରେଳ ଷ୍ଟେସନରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଥିବାବେଳେ ଲକ୍ଷଣ ଥିଲେ ଟେଷ୍ଟ କରାଯିବ  ତେବେ ସବୁ ପର୍ଯ୍ୟଟକଙ୍କ ପାଇଁ କଡ଼ା କଟକଣା ଲାଗୁ କରାଯିବ ନାହିଁ  ଏଥିପାଇଁ ୨ଟି ଯୋଗ୍ୟତା ରଖାଯାଇଛି  ୭୨ ଘଂଟା ମଧ୍ୟରେ ଯେଉଁ ପର୍ଯ୍ୟଟକମାନଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ ଥିବ ସେମାନଙ୍କୁ ଅନୁମତି ମିଳିବ  ଏହାଛଡ଼ା ଉଭୟ ଡୋଜ ଟିକା ନେଇଥିବା ପର୍ଯ୍ୟଟକଙ୍କୁ ପୁରୀ ଆସିବା ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି 

Related Articles

Leave a Reply

Your email address will not be published.

Back to top button